ବଦଳିଲା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାଁ

ସରକାର ବଦଳିବା ପରେ ବଦଳୁଛି ନାମ।

ବିଜ୍ଞପ୍ତି ଜାରି କଲା କ୍ରୀଡ଼ା ଓ ଯୁବ ସେବା ବିଭାଗ

ଭୁବନେଶ୍ବର, ୨୦/୦୭: ବିଜେପି ଓଡିଶାରେ ନୂଆ କରି ସରକାର ଗଠନ କରିବା ପରେ ବିଭିନ୍ନ ଯୋଜନା ଓ ବ୍ୟବସ୍ଥାର ନାମ ପରିବର୍ତ୍ତନ କରୁଥିବା ଖବର ସାମନାକୁ ଆସୁଛି। ରାଜ୍ୟର ପ୍ରତିଭାବାନ କ୍ରୀଡାବିତଙ୍କୁ ମିଳୁଥିବା ସମ୍ମାନର ନାମ ପରିବର୍ତ୍ତନ କରିଛି ବିଜେପି ସରକାର। ଆଜି ବିଜୁ କ୍ରୀଡ଼ା ସମ୍ମାନର ନାମ ପରିବର୍ତ୍ତନ କରାଯାଇଛି। ଏ ନେଇ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ବଦଳରେ ରାଜ୍ୟ କ୍ରୀଡ଼ା ସମ୍ମାନ ନାମରେ ମିଳିବ ପୁରସ୍କାର। ଖେଳରେ ଉନ୍ନତ ପ୍ରଦର୍ଶନ କରୁଥିବା କ୍ରୀଡାବିତଙ୍କୁ ବିଜୁ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରାଯାଉଥିଲା। ପ୍ରତିବର୍ଷ ସଫଳ କ୍ରୀଡାବିତଙ୍କୁ ଏହି ପୁରସ୍କାର ମିଳେ।