ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଅଧିକାରୀ

ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଉଲୁଣ୍ଡା, ୦୩/୦୮: ଲାଞ୍ଚ ନେବାବେଳେ ଧରାପଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ଅଧିକାରୀ ସୁଧାଂଶୁ ଶେଖର ରଣା। ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ। ସୂଚନା ଅନୁସାରେ ଫାର୍ମପଣ୍ଡର ବିଲ କରେଇ ଦେବାକୁ ରାମଚନ୍ଦ୍ର ମହାକୁଡ଼ଙ୍କଠାରୁ ସୁଧାଂଶୁ ଶେଖର ରଣା ଲାଞ୍ଚ ଦାବି କରିଥିଲେ। ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ରାମଚନ୍ଦ୍ର। ପୂର୍ବ ଯୋଜନା ଅନୁଯାୟୀ, ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ସୁଧାଂଶୁ ଶେଖର ରଣାଙ୍କୁ ସୋନପୁର ସହରର ପଟାଭାଡିଠାରେ ଧରିଥିଲା ଭିଜିଲାନ୍ସ ଟିମ। ସୁଧାଂଶୁ ଶେଖର ରଣା ଦୀର୍ଘ ଦିନ ହେବ ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ। ଉଲୁଣ୍ଡା ବ୍ଲକ କାଦୋଦର ପଞ୍ଚାୟତ ବିରସିଂହପୁର ଗ୍ରାମର ରାମଚନ୍ଦ୍ର ମହାକୁଡ଼ ଗତ ଖରା ଦିନରେ ତାଙ୍କର ଫାର୍ମପଣ୍ଡ କାର୍ଯ୍ୟ ଶେଷ କରିଥିଲେ ସୁଦ୍ଧା ତାଙ୍କର ବିଲ ପାସ ହେଇନଥିଲା। ତେଣୁ ରାମଚନ୍ଦ୍ର ମହାକୁଡ଼ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ସୋନପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଧିକ ତଦନ୍ତ ଜାରି ରଖିବା ସହ ସୁଧାଂଶୁଙ୍କର ଅଫିସ ଓ ବାସଭବନ ସମେତ ଦୁଇଟି ଜାଗାରେ ଚଢ଼ାଉ କରିଛି ଭିଜିଲାନ୍ସ।