ଭିଜିଲାନ୍ସ ହାବୁଡରେ ପୂର୍ବତନ ମୁଖ୍ୟଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର।

ଏକକାଳୀନ ୯ ସ୍ଥାନରେ ଚଢ଼ାଉ

ଭୁବନେଶ୍ବର, ୧୨/୮: ଭିଜିଲାନ୍ସ ହାବୁଡରେ ପଡିଲେ ପୂର୍ବତନ ମୁଖ୍ୟଯନ୍ତ୍ରୀ। ଓଡ଼ିଶା ରାସ୍ତା ଓ ଗୃହ ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର। ତାରା ପ୍ରସାଦଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ରେଡ୍ କରିଛି। ଏହି ଚଢାଉରେ ୧୨ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର, ୧୬ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି।

ତାରା ପ୍ରସାଦଙ୍କ ସହ ଜଡିତ ଭୁବନେଶ୍ବର, କଟକ ଓ ଝାରସୁଗୁଡ଼ାର ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ଭୁବନେଶ୍ବରର ନୟାପଲ୍ଲୀ ଓ ଖଣ୍ଡଗିରିରେ ମୋଟ ୪ଟି ସ୍ଥାନରେ, ଝାରସୁଗୁଡ଼ାର ୩ଟି ଫ୍ଲାଟ ଏବଂ କଟକ ଆଠଗଡସ୍ଥିତ ପୈତୃକ ବାସଭବନ, ତିଗିରିଆସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି।