ଅରୁଣ ଷଡ଼ଙ୍ଗୀ ହେଲେ ଓପିଏସସି ଚେୟାରମ୍ୟାନ

ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର, ୨୭/୦୯: ବରିଷ୍ଠ ଆଇପିଏସ୍ ଅଫିସର ତଥା ପୂର୍ବତନ ଭାରପ୍ରାପ୍ତ ଡିଜିପି ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ଚେୟାରମ୍ୟାନ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଆସନ୍ତା ୬ ବର୍ଷ ଯାଏଁ ଓପିଏସସିର ଚେୟାରମ୍ୟାନ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ଶୁକ୍ରବାର ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ହେଲେ, ୨୦୨୭ ଜୁଲାଇ ୨୫ ତାରିଖରେ ଶ୍ରୀ ଷଡ଼ଙ୍ଗୀ ୬୨ ବର୍ଷରେ ପଦାର୍ପଣ କରୁଥିବାରୁ ସେ ମାତ୍ର ୨ ବର୍ଷ ୧୦ ମାସ ଯାଏଁ ଓପିଏସସି ଅଧ୍ୟକ୍ଷ ଭାବେ ରହିପାରିବେ।