ଇଭିଏମ ଟାମ୍ପରିଂ ମାମଲା: ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

ନଭେମ୍ବର ୧୭ରେ ପରବର୍ତ୍ତି ଶୁଣାଣି

କଟକ, ୦୧/୧୦: ରାଉରକେଲା ବିଜେଡି ବିଧାୟକ ସାରଦା ନାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ। ଇଭିଏମ୍ ଟାମ୍ପରିଂ ଅଭିଯୋଗ ମାମଲାରେ ଶୁଣାଣି କରି ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି।

ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଜବାବ ରଖିବାକୁ ଶ୍ରୀ ନାୟକଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୯କୁ ଧାର୍ଯ୍ୟ କରାଯାଇଛି।

ଗତ ସାଧାରଣ ନିର୍ବାଚନରେ ଭୋଟ ଗଣତି କେନ୍ଦ୍ରରେ ସାରଦା ନାୟକଙ୍କ ନିର୍ଦ୍ଦେଶରେ ଇଭିଏମ୍ ଟାମ୍ପରିଂ ହୋଇଥିବା ଅଭିଯୋଗ ଆଣିଥିଲେ ସ୍ଥାନୀୟ ଭୋଟର ରାଧେଶ୍ୟାମ ଯାଦବ। ଏ ନେଇ ଅଭିଯୋଗକାରୀ ଇଭିଏମ ଟାମ୍ପରିଂ ସଂକ୍ରାନ୍ତ ପ୍ରମାଣ ସ୍ୱରୂପ ସିସିଟିଭି ଫୁଟେଜ୍ ଏବଂ ଫଟୋ କୋର୍ଟରେ ଦାଖଲ କରିଥିଲେ।