ବିଜେଡ଼ିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବ ଛାତ୍ର ବିଜେଡ଼ି
ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଛାତ୍ର ବିଜେଡି ପକ୍ଷରୁ ଆଗାମୀ ୭ ତାରିଖରେ ଡିଜିଟାଲ କର୍ମଶାଳା ଅନୁଷ୍ଠିତ ହେବ।
ଡିଜିଟାଲ କର୍ମଶାଳା ଦ୍ୱାରା ଯୋଡ଼ି ହେବେ ଛାତ୍ରଛାତ୍ରୀ
ଭୁବନେଶ୍ବର, ୦୫/୧୧: ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଗାମୀ ନଭେମ୍ବର ୭ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଶଙ୍ଖଭବନ ଠାରେ ବିଜୁ ଜନତା ଦଳର ସଦସ୍ୟତା ଅଭିଯାନକୁ ବ୍ୟାପକ କରିବାକୁ ଯାଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରୁ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରିବା ସହ ବିଜୁ ଛାତ୍ର ଜନତା ଦଳର ସମସ୍ତ ରାଜ୍ଯ କର୍ମକର୍ତ୍ତା, ଜିଲ୍ଲା ସଭାପତି, ଜୋନ ସଭାପତି ସମେତ ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ଡିଜିଟାଲ କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଯୋଗଦାନ କରିବେ। ଓଡ଼ିଶା ନବ ନିର୍ମାଣରେ ନୂତନ ପିଢ଼ିର ଆବଶ୍ୟକତା ଅଛି ଏହା ବିଜୁ ଜନତା ଦଳ ଅନୁଭବ କରିବା ପରେ ବିଜୁ ଛାତ୍ର ଜନତା ଦଳ ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରୁ ବ୍ୟାପକ କରିବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରୁ ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରିବା ସହ ବିଜୁ ଜନତା ଦଳର ଲୋକଙ୍କ ସେବା ନିମନ୍ତେ ଥିବା ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇବା ସହ ସମସ୍ତ ବିଶ୍ବବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ, ବୈଷୟିକ ଶିକ୍ଷାନଷ୍ଠାନ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ କ୍ୟାମ୍ପସ ସ୍ତରୀୟ ବିଜୁ ଜନତା ଦଳର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ କିପରି ସଫଳତାର ସହ ଅନୁଷ୍ଠିତ ହେବ ସେ ନିମନ୍ତେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।
ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତୃତ୍ବ ଉପସ୍ଥିତ ରହିବା ସହ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାର ସ୍ଥିର କରାଯାଇଛି।