ଭୁବନେଶ୍ୱର, ୦୮/୧୧: ଓଡ଼ିଶାରେ ଲଭ ଜିହାଦ ସମ୍ପର୍କିତ ଖବର ସାମ୍ନାକୁ ଆସିଛି।ଜଣେ ଓଡ଼ିଆ ଯୁବତୀଙ୍କୁ ଅପହରଣ କରି ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରି କାଶ୍ମୀର ନେଇ ଯିବାକୁ ବାହାରିଥିଲେ ଜଣେ କାଶ୍ମୀରୀ ଯୁବକ ସମୀର ମନସୁର। ଏ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଉକ୍ତ ଯୁବକଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ।
ସୂଚନାନୁସାରେ, ଅଭିଯୁକ୍ତ ସମୀର ମନସୁର ମୂଳତଃ ବିହାରର ବାସିନ୍ଦା ହୋଇଥିବା ବେଳେ ପୀଡ଼ିତା ଜଣକ ଜଗତସିଂହପୁର ଜିଲ୍ଲା କୁଜଙ୍ଗା ଥାନା ଅନ୍ତର୍ଗତ ରାହାମା ନିକଟସ୍ଥ ପଥୁରିଆ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।
ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ଯୁବତୀ ଓ ଯୁବକ ୨୦୨୨ମସିହାରେ ଅନଲାଇନ୍ ଗେମିଂ ଆପ୍ ‘ଫ୍ରି ଫାୟାର’ ଜରିଆରେ ପରସ୍ପରକୁ ଜାଣିଥିଲେ ଏବଂ ସେମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା। ଗତ ମାର୍ଚ୍ଚରେ ଅଭିଯୁକ୍ତ ଜଣକ ଓଡ଼ିଶା ଆସି ତାଙ୍କୁ ଭେଟିଥିଲେ। ଅଭିଯୁକ୍ତ ପ୍ରଥମେ ନିଜର ପରିଚୟ ଓ ଧର୍ମ ଲୁଚାଇ ଝିଅକୁ ନିଜ ପ୍ରେମରେ ଫସାଇ ଦେଇଥିଲା। ପରେ ଉକ୍ତ ଯୁବତୀ ଜଣକ ବିବାହ ପାଇଁ ଜିଦ୍ କରିବା ପରେ ଯୁବକ ଜଣକ ତାଙ୍କୁ ନିଜର ଧର୍ମ ବିଷୟରେ କହିଥିଲେ। ଯାହା ପରେ ତାଙ୍କୁ ଜୋରଜବରଦସ୍ତ ନିଜ ସହ କାଶ୍ମୀର ନେବାକୁ ଚାହୁଁଥିଲେ। ଏନେଇ ଯୁବତୀ ଜଣକ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ବୟାନ ରେକର୍ଡ କରାଯାଇଛି ଏବଂ ତଦନ୍ତ କରାଯାଉଛି।