ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ଘୋଷଣା

ତୃତୀୟ ପର୍ଯ୍ୟାୟ ଟଙ୍କା ବଣ୍ଟନ ତାରିଖ ଘୋଷଣା

ଭୁବନେଶ୍ବର, ୦୨/୧୧: ସୁଭଦ୍ରା ଯୋଜନାକୁ ନେଇ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନଭେମ୍ବର ୨୪ ତାରିଖରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ୨୦ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ। ସୁନ୍ଦରଗଡ଼ରୁ ଏଥର ଟଙ୍କା ବଣ୍ଟନ କରାଯିବ। ଯେଉଁମାନଙ୍କର ଆବେଦନ ଖାରଜ ହୋଇଛି ସେମାନଙ୍କ ଲିଷ୍ଟକୁ ବ୍ଲକକୁ ପଠାଇ ଦିଆଯାଇଛି। ଯେଉଁମାନଙ୍କର ଆକାଉଣ୍ଟ ଓ ଆଧାରରେ କୌଣସି ପ୍ରକାର ତ୍ରୁଟି ଥିବ, ସେହି ତ୍ରୁଟି ସଂଶୋଧନ କଲେ ତୃତୀୟ ପର୍ଯ୍ୟାୟରେ ଟଙ୍କା ମିଳିଯିବ। ଯେଉଁମାନଙ୍କର ସଂଶୋଧନ ପାଇଁ ବିଳମ୍ବ ହେଉଛି, ସେମାନଙ୍କୁ ଚତୁର୍ଥ ପର୍ଯ୍ୟାୟରେ ଟଙ୍କା ମିଳିବ। କୌଣସି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ।