ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପାଇବା ପାଇଁ କେବେ ସୁଦ୍ଧା କରିବେ ଆବେଦନ

ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର, ୨୬/୧୧: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପାଇବା ପାଇଁ ଶେଷ ତାରିଖ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟରେ ଟଙ୍କା ମାର୍ଚ୍ଚ ୭, ୨୦୨୫ରେ ମିଳିବ। ମାର୍ଚ୍ଚ ୭ ତାରିଖ ସୁଦ୍ଧା ପଞ୍ଜୀକରଣ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ପ୍ରତିଶ୍ରୁତି ଦେଇଛନ୍ତି।

ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା ୨୦୨୫ ମାର୍ଚ୍ଚ ୭ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଏବଂ ଦ୍ବିତୀୟ କିସ୍ତିର ଅର୍ଥ ୨୦୨୫ ମାର୍ଚ୍ଚ ୮ତାରିଖରୁ ପର୍ଯ୍ୟାୟକ୍ରମେ ପ୍ରଦାନ କରାଯିବ।

ଶ୍ରୀମତୀ ପରିଡ଼ା ଆହୁରି ମଧ୍ୟ କହିଛନ୍ତି ଯେ ୧ କୋଟି ୪ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ପଞ୍ଜୀକରଣ କରିସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷ ୪୬ ହଜାର ହିତାଧିକାରୀ ଟଙ୍କା ପାଇଥିବା ବେଳେ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ଫିଜିକାଲ୍ ଭେରିଫିକେସନ୍ ଚାଲିଛି।