ଭୁବନେଶ୍ୱର, ୩୦/୧୧: ଆଇଟିଡିଏ ଚମ୍ପୁଆ ନିଶ୍ଚିତପୁର ଆଡ଼ିବନ୍ଧ ନିର୍ମାଣ ନାଁରେ ଅର୍ଥ ଆତ୍ମସାତ ଅଭିଯୋଗରେ ଦୁଇ ଯନ୍ତ୍ରୀଙ୍କୁ ଜେଲଦଣ୍ଡ ଶୁଣାଇଛନ୍ତି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ୨ ଯନ୍ତ୍ରୀଙ୍କୁ ୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ନିର୍ବାହୀ ଯନ୍ତ୍ରୀ ଶକ୍ତି ରଞ୍ଜନ ସିଂହ ସାମନ୍ତ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶିବାନନ୍ଦ ପଟ୍ଟନାୟକଙ୍କ ସମେତ ଠିକାଦାର ଚତୁର୍ଭୂଜ ବେହେରାଙ୍କୁ ମଧ୍ୟ ଜେଲ୍ ଦଣ୍ଡ ହୋଇଛି।