ଓଡ଼ିଶା କ୍ୟାଡ଼ର ଆଇପିଏସ୍ ଅଫିସର ଅନୁପମା ଜେମ୍ସଙ୍କୁ ଗୁରୁ ଦାୟିତ୍ୱ

ବର୍ତ୍ତମାନ ଥିବା ଦାୟିତ୍ଵରୁ ମୁକ୍ତ କରିଛନ୍ତି ସରକାର।

କେନ୍ଦ୍ରୀୟ ଡେପୁଟେସନରେ ପାଇଲେ ନିଯୁକ୍ତି

ଭୁବନେଶ୍ୱର, ୩୦/୧୧: ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ଅନୁପମା ଜେମ୍ସଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ପୁଲିସ ଅଧୀକ୍ଷକ (ଏସପି) ଭାବେ ନିଯୁକ୍ତି ଦିଆଯାଇଛି। ୨୦୧୩ ବ୍ୟାଚ୍ ର ଏହି ଅଧିକାରୀ ବର୍ତ୍ତମାନ ଓଡ଼ିଶା ଭିଜିଲାନ୍ସ ବିଭାଗରେ ଏସପି ଭାବେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ରରେ ଏହି ନୂତନ ଦାୟିତ୍ୱ ଗ୍ରହଣ କରିବା ପାଇଁ ତାଙ୍କୁ ବର୍ତ୍ତମାନର ଦାୟିତ୍ୱରୁ ମୁକ୍ତ କରାଯାଇଛି। ଏ ନେଇ ଓଡ଼ିଶା ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।