ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର କୋଟିପତି ଏସିଏଫ୍

ଆୟଠୁ ଅଧିକ ସମ୍ପତ୍ତି ଠାବ

ଭୁବନେଶ୍ୱର, ୦୭/୧୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ସହକାରୀ ବନ ସଂରକ୍ଷକ (ଏସିଏଫ୍) ରେବତୀ ରମଣ ଯୋଶୀଙ୍କୁ ଭିଜିଲାନ୍ସ ଗିରଫ କରିଛି।

ଏସିଏଫଙ୍କ ସମ୍ପତ୍ତି ଉପରେ ଚଢ଼ାଉ ବେଳେ ସମ୍ବଲପୁରରେ ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ତିନି ମହଲା କୋଠା ସମେତ ୩ଟି କୋଠା, ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ ସମେତ ୪ଟି ଫ୍ଲାଟ୍ ଓ ସମ୍ବଲପୁରରେ ୩ଟି ଫ୍ଲାଟ୍, ୭ଟି ପ୍ଲଟ୍, ନଗଦ ୧୪ ଲକ୍ଷ ୭୧ ହଜାର ଟଙ୍କା ଜବତ ହୋଇଛି।‌

ତାଙ୍କ ସମ୍ପତ୍ତିର ଉତ୍ସ ଏବଂ ଆର୍ଥିକ କାରବାରର ସମ୍ପର୍କରେ ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଶ୍ରୀ ଯୋଶୀଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।