ଭୁବନେଶ୍ୱର, ୦୭/୧୨: ଆଜି ଭୁବନେଶ୍ୱରରେ ବିଜୁ ଜନତା ଦଳ ଶ୍ରମିକ ସାମୁଖ୍ୟ ସଭା ଆୟୋଜିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆଜି ଆଜି ବିଜୁ ଜନତା ଦଳ ଶ୍ରମିକ ସାମୁଖ୍ୟ ସଭାରେ ଯୋଗ ଦେଇ ମୁଁ ବହୁତ ଖୁସି। ଶ୍ରମିକମାନେ ହେଉଛନ୍ତି ଗୋଟିଏ ରାଷ୍ଟ୍ରର ସବୁଠାରୁ ବଡ ଶକ୍ତି। ଆପଣମାନଙ୍କର ତ୍ୟାଗ ଓ ପରିଶ୍ରମ ଦେଶକୁ ସମୃଦ୍ଧ କରିଥାଏ। ବିକାଶ ଓ ସମୃଦ୍ଧିର ପ୍ରତି କ୍ଷେତ୍ରରେ ଆପଣମାନଙ୍କର, ଆମର ଶ୍ରମିକ ଭାଇ ଭଉଣୀ ମାନଙ୍କର ବିଶେଷ ଅବଦାନ ରହିଛି। ଆପଣମାନଙ୍କର ଏହି ଅବଦାନକୁ ମୁଁ ସମ୍ମାନ ଜଣାଉଛି। ମହାନ ଜନନାୟକ ବିଜୁ ବାବୁ ଶ୍ରମିକ ମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କରି ୧୯୯୦ରେ ଇତିହାସ ସୃଷ୍ଟି କରିଥିଲେ। ବିଜୁ ଜନତା ଦଳ ସରକାର ସମୟରେ ଆପଣମାନଙ୍କର କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ନିର୍ମାଣ ଶ୍ରମିକଙ୍କଠାରୁ ଆରମ୍ଭ କରି କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ କ୍ଷେତ୍ରରେ ଆମ ସରକାର ନୂଆ ଯୁଗ ଆରମ୍ଭ କରିଥିଲା। ବିଜୁ ଜନତା ଦଳ ସବୁବେଳେ ଆପଣମାନଙ୍କର ହକ୍ ପାଇଁ ଲଢେଇ କରି ଆସିଛି ଓ କରି ଚାଲିବ। ଆପଣମାନେ ଖୁସିରେ ରହିଲେ, ଭଲରେ ରହିଲେ ମୁଁ ସବୁଠାରୁ ବେଶୀ ଖୁସି ହେବି। ମୁଁ ସବୁବେଳେ ଆପଣମାନଙ୍କ ସାଥିରେ ଅଛି ଓ ରହିଥିବି ଏବଂ ଶେଷ ପର୍ଯ୍ୟନ୍ତ ଆପଣମାନଙ୍କ କଲ୍ୟାଣ ପାଇଁ କାମ କରି ଚାଲିବି।
Prev Post