ଗିରଫ ହୋଇ ନାହାନ୍ତି ଖାନ୍ ସାର

ବିହାର ଲୋକସେବା ଆୟୋଗର ପ୍ରିଲିମିନାରୀ ପରୀକ୍ଷାରେ 'ନର୍ମାଲାଇଜେସନ' ପ୍ରକ୍ରିୟାକୁ ବିରୋଧ କରି ଆଶାୟୀ ପ୍ରାର୍ଥୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।

ସୋସିଆଲ ମିଡିଆରେ ଘୁରୂଛି ଗୁଜବ ଖବର!

ପାଟନା, ୦୭/୧୨: ଗତ କାଲିଠାରୁ‌ ସୋସିଆଲ ମିଡିଆରେ ଖାନ୍ ସାର ଗିରଫ ହୋଇଥିବାର ଖବର‌ ପ୍ରସାରଣ ହେଉଛି। କିନ୍ତୁ ଏହାକୁ ମିଥ୍ୟା ଓ ଗୁଜବ ବୋଲି ଖଣ୍ଡନ‌ କରିଛି ବିହାର‌ ପୋଲିସ। ୟୁଟ୍ୟୁବର ତଥା ଶିକ୍ଷାବିତ୍ ଖାନ୍ ସାରଙ୍କ ସହ ଜଡ଼ିତ ଏକ୍ସ ହ୍ୟାଣ୍ଡେଲ ‘ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍’ ବିରୋଧରେ ପାଟନା ପୁଲିସ ଏକ ଏଫ୍ଆଇଆର୍ ରୁଜୁ କରିଛି। ଖାନ୍ ସାରଙ୍କୁ ଗିରଫ କରାଯାଇ ନ ଥିଲେ ମଧ୍ୟ ତାଙ୍କୁ ମୁକ୍ତ କରିବା ପାଇଁ ଏକ୍ସରେ ଏକ ପୋଷ୍ଟ ସେୟାର କରାଯିବା ପରେ ବିବାଦ ଉପୁଜିଥିଲା। ଛାତ୍ରମାନଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଏହି ପୋଷ୍ଟ ବିଭ୍ରାନ୍ତିକର, ଭିତ୍ତିହୀନ ବୋଲି ପୁଲିସ ସ୍ପଷ୍ଟ କରିଛି।

ସଚ୍ଚିଓ୍ଵାଲାୟାର ଏସଡିପିଓ ଡ. ଅନୁ କୁମାରୀ କହିଛନ୍ତି ଯେ ଏହି ପୋଷ୍ଟରେ ଖାନ୍ ସାରଙ୍କୁ ଅଟକ ରଖାଯାଇଛି ବୋଲି ମିଥ୍ୟା ଦାବି କରାଯାଇଛି ଏବଂ ତାଙ୍କୁ ଜେଲରୁ‌ ମୁକ୍ତ କରିବାକୁ ଦାବି କରାଯାଇଛି। ଏହି ହ୍ୟାଣ୍ଡେଲ ଏକ ବିଭ୍ରାନ୍ତିକର ପୋଷ୍ଟ କରିଛି। ଖାନ୍ ସାରଙ୍କୁ ଆମେ ଗିରଫ କରିନଥିଲୁ। ଖାନ୍ ସାର ନିଜ ଇଚ୍ଛାରେ ଗର୍ଦାନିବାଗ ଥାନାକୁ ଆସିଥିଲେ ଏବଂ ପରେ ତାଙ୍କୁ ପୁଲିସ ଗାଡ଼ିରେ ଅଟଳ ପଥ ନିକଟରେ ଛାଡ଼ି ଦିଆଯାଇଥିଲା।

ବିହାର ଲୋକସେବା ଆୟୋଗ (ବିପିଏସସି)ର ପ୍ରିଲିମିନାରୀ ପରୀକ୍ଷାରେ ‘ନର୍ମାଲାଇଜେସନ’ ପ୍ରକ୍ରିୟାକୁ ବିରୋଧ କରି ସିଭିଲ୍ ସର୍ଭିସ୍ ଆଶାୟୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ନର୍ମାଲାଇଜେସନ ପ୍ରକ୍ରିୟା ଯୋଗୁଁ ସୃଷ୍ଟି ହୋଇଥିବା ଅସମାନତାକୁ ଏଡ଼ାଇବା ପାଇଁ ବିକ୍ଷୋଭକାରୀ ପ୍ରାର୍ଥୀମାନେ ଏକ ସମାନ ‘ଗୋଟିଏ ଶିଫ୍ଟ, ଗୋଟିଏ ପେପର’ ପରୀକ୍ଷା କରିବାକୁ ଦାବି କରୁଛନ୍ତି। ଶନିବାର ପାଟନାସ୍ଥିତ ବିପିଏସସି କାର୍ଯ୍ୟାଳୟ ନିକଟରେ ଆନ୍ଦୋଳନ କରୁଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ପୋଲିସ ଲାଠିଚାର୍ଜ କରିଥିଲା। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ସମର୍ଥନ‌ କରି ଖାନ୍ ସାରଙ୍କୁ ମଧ୍ୟ ଆନ୍ଦୋଳନରେ ଯୋଗ ଦେବାର ଦେଖିବାକୁ ମିଳିଥିଲା। ତେବେ ଖାନ୍ ସାର୍ ଗର୍ଦାନିବାଗ ଥାନାକୁ ଯାଇଥିବା ଦେଖିବା ପରେ ପରିସ୍ଥିତି ଅଧିକ ବିବାଦୀୟ ହୋଇଥିଲା।