ନୂଆଦିଲ୍ଲୀ, ୦୮/୧୨: ୧୯୯୭ ବ୍ୟାଚ୍ ଆଇପିଏସ୍ ଅଫିସର ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେ (ଡି.ଏସ କୁଟ୍ଟେ) ଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ନିଯୁକ୍ତି ମିଳିଛି। କୁଟ୍ଟେଙ୍କୁ ସୀମା ସୁରକ୍ଷା ବଳ (ବିଏସଏଫ)ର ଇନ୍ସପେକ୍ଟର ଜେନେରାଲ ଭାବେ ନିଯୁକ୍ତ କରାଯାଇଛି। ୨୦୨୮ ଫେବୃଆରୀ ୨୯ ଯାଏଁ ଦାୟିତ୍ୱ ତୁଲାଇବେ। ଏବେ ରାଜ୍ୟ ଗୃହ ବିଭାଗର ଓଏସଡି ଅଛନ୍ତି। ତୁରନ୍ତ ବର୍ତ୍ତମାନ ଥିବା ପଦରୁ ମୁକ୍ତ ହୋଇ କେନ୍ଦ୍ରରେ ନୂତନ ଦାୟିତ୍ବ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି କରାଯାଇଛି।