ରାଜ୍ୟରେ ଖୋଲିବ ୩୦ଟି ମେଡିକାଲ କଲେଜ

ନିଯୁକ୍ତି ପାଇବେ ୫ ହଜାର ଡ଼ାକ୍ତର

ଭୁବନେଶ୍ୱର, ୦୯/୧୨: ଆଗାମୀ ଦିନରେ ଓଡ଼ିଶାରେ ଅତି କମରେ ୩୦ଟି ମେଡିକାଲ କଲେଜ ଖୋଲାଯିବ। ଯେଉଁଥିରେ ରାଜ୍ୟ ସରକାର ୫ ହଜାର ଡାକ୍ତର ନିଯୁକ୍ତି ଦେବାକୁ ଘୋଷଣା କରିଛନ୍ତି। ୩ ହଜାର ପାରା ମେଡିକାଲ ଷ୍ଟାଫ୍ ଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ ବୋଲି ବିଧାନସଭାରେ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

ମେଡିକାଲ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ଓଡ଼ିଶା ସରକାର। ଆଗାମୀ ଦିନରେ ଭଦ୍ରକ ଜିଲ୍ଲାରେ ଏକ ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏହି ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦ୍ ଘାଟନ କରିବାର କାର୍ଯକ୍ରମ ରହିଛି।