ନୂଆଦିଲ୍ଲୀ, ୨୩/୧୨: ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନକୁ ୬ ମାସ ବିତି ଯାଇଥିଲେ ମଧ୍ୟ ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଛି ବିଜେଡ଼ି। ଏ ନେଇ ବିଜେଡ଼ିର ଏକ ଟିମ୍ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ସାଧାରଣ ନିର୍ବାଚନରେ ମତଦାନ ଓ ଗଣତିରେ ତାଳମେଳ ନଥିବା ଅଭିଯୋଗ ଆଣିଛି ବିଜେଡ଼ି। ପ୍ରିଜାଇଡିଂ ଅଫିସରଙ୍କ ତଥ୍ୟ ଓ ରିଟର୍ଣ୍ଣିଂ ଅଫିସରଙ୍କ ତଥ୍ୟ ସମାନ ରହୁନି।
୨୦୨୪ ନିର୍ବାଚନରେ ମତଦାନଠାରୁ ଭୋଟ ଗଣତି ଅଧିକ ହୋଇଛି। ଯେତିକି ଲୋକ ଭୋଟ ଦେଇଥିଲେ, ଗଣନା ବେଳେ ତା’ଠାରୁ ଅଧିକ ଭୋଟ ଗଣନା ଯାଇଥିଲା। ଅମର ପଟ୍ଟନାୟକଙ୍କ ନେତୃତ୍ଵରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ସସ୍ମିତ ପାତ୍ର, ସୁଲତା ଦେଓ, ନିରଞ୍ଜନ ବିଶି, ସୁଭାଶିଷ ଖୁଣ୍ଟିଆ, ମୁନ୍ନା ଖାଁ ଓ ମାନସ ମଙ୍ଗରାଜ ପ୍ରମୁଖ ଇସିଆଇଙ୍କ ନିକଟରେ ଫେରାଦ ହୋଇ ଲିଖିତ ଅଭିଯୋଗ କରିଛନ୍ତି।