ଭୁବନେଶ୍ୱର, ୦୧/୦୧: ଆଜି ନୂଆ ବର୍ଷ -୨୦୨୫ ଅବସରରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅନ୍ଧାରୁଆ ସ୍ଥିତ ଓଡ଼ିଶା ପତିତ ଉଦ୍ଧାର ସମିତି ପରିଦର୍ଶନରେ ଯିବା ସହ ଅନ୍ତେବାସୀଙ୍କୁ ଫଳ ଓ କମ୍ବଳ ବଣ୍ଟନ କରିଛନ୍ତି I ଅପରାହ୍ନରେ ମନ୍ତ୍ରୀ ଏଠାକୁ ଯିବା ସହ ଏଠାରେ ରହୁଥିବା ଶାରୀରିକ ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ମାନଙ୍କୁ ସୁବିଧା ଅସୁବିଧା ପଚାରି ବୁଝିବା ସହ ନୂଆ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ I ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅନ୍ତେବାସୀ ମାନଙ୍କୁ ଫଳ ଓ କମ୍ବଳ ବଣ୍ଟନ କରିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଥିଲେ I
ସମାଜରେ ବସବାସ କରୁଥିବା ଏହି ଶ୍ରେଣୀର ଲୋକ ଦୟା କିମ୍ବା ସହନାଭୂତି ନୁହେଁ ବରଂ ସମ୍ମାନର ପାତ୍ର I ଏହି ସମସ୍ତ ବର୍ଗର ଉନ୍ନତି ସାଧିତ ହୋଇ ପାରିଲେ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନ ସମ୍ଭବ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ I ଏହି ଅବସରରେ ଓଡ଼ିଶା ପତିତ ଉଦ୍ଧାର ସମିତିର ପ୍ରତିଷ୍ଠାତା ଶ୍ରୀମତୀ ଅଭାରାଣୀ ଚୌଧୁରୀ ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ I