ବିଶାଳ ଦାସଙ୍କୁ ଅଟକ ଘଟଣାରେ ହସ୍ତକ୍ଷେପ କଲେ‌ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର, ୧୦/୦୧: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକର ପିଆରଆଇ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଛାଡ଼ିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବିଶାଳ ଦାଶଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ଓ କିଛି ମହିଳା ପିଆରଆଇଙ୍କ ସମେତ ନିର୍ବାଚିତ ପ୍ରତିନିଧିମାନଙ୍କୁ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ସରେଇପାଲି ପୁଲିସ ଅଟକ ରଖିଛି। ଶୁକ୍ରବାର ସକାଳେ ସେମାନେ ଅନାସ୍ଥା ପ୍ରସ୍ତାବରେ ଅଂଶଗ୍ରହଣ କରିବାର ଥିଲା କିନ୍ତୁ ବିଶାଲ ଦାସଙ୍କ ସହ ଅନ୍ୟମାନଙ୍କୁ ମଧ୍ୟରାତ୍ରିରୁ ଅଟକ ରଖାଯାଇଥିଲା। ଅଟକ ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ମହିଳା ପିଆରଆଇ ସଦସ୍ୟ ଅଛନ୍ତି।

ସେପଟେ ବିଶାଲ ଦାସଙ୍କ ସମେତ କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ସରେଇପାଲି ପୁଲିସ ଅଟକ ରଖିଥିବା ବେଳେ ଅଟକ ରଖାଯିବାର କାରଣ ପ୍ରକାଶ କରିନାହିଁ।