ଆତ୍ମ ସମର୍ପଣ କଲେ ୧୩ ମାଓବାଦୀ

ମିଳିଲା ୨୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି

ଛତିଶଗଡ଼, ୧୦/୦୧: ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବେ ମାଓବାଦୀ। ଏଣୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨ ଜଣ ମହିଳାଙ୍କ ସମେତ ୧୩ ଜଣ ମାଓବାଦୀ। ଛତିଶଗଡ଼ର ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରି ମାଓବାଦୀ ସଂଗଠନ ସେମାନଙ୍କ ବିଚାରଧାରାରୁ ବାହାରି ଅନ୍ୟାନ୍ୟ କାର୍ଯ୍ୟରେ ସମ୍ପୃକ୍ତ ହେଉଛନ୍ତି ବୋଲି ସେମାନେ ମାଓବାଦୀ ସଙ୍ଗଠନରୁ ବାହାରି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବେ ବୋଲି ମାଓବାଦୀ ମାନେ କହିଛନ୍ତି। ଏସଟିଏଫ, ଡିଆରଜି, ବସ୍ତର ଫାଇଟର ଓ ସିଆରପିଏଫର ମିଳିତ ଉଦ୍ୟମରେ ଏହି ସଫଳତା ମିଳିଛି ବୋଲି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି। ସେମାନଙ୍କୁ ପ୍ରୋତ୍ସାହନ ସ୍ୱରୂପ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।