ସର୍ବସାଧାରଣଙ୍କ ନିମନ୍ତେ ଆଉ ୨ ଦିନ ଖୋଲିବ ପ୍ରବାସୀ ଭାରତୀୟ ଦିବସ ଗ୍ୟାଲେରୀ

ପ୍ରଦର୍ଶନୀ ବୁଲି ପାରିବେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ

ଭୁବନେଶ୍ୱର, ୧୦/୦୧: ଗତ ୮ ତାରିଖରୁ ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆଜି ସରିବ। ଏଥିରେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଡ଼ଃ ହରି ବାବୁ କାମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସହ ବିଶିଷ୍ଟ ବ୍ୟକ୍ତି। ଏଥିରେ ୭୦୦୦ ପ୍ରବାସୀ ଭାରତୀୟ ଯୋଗ ଦେଇଥିବା ବେଳେ ୨୭ ଜଣଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ତେବେ ଏହି ପ୍ରଦର୍ଶନୀକୁ ସର୍ବସାଧାରଣଙ୍କ ପାଇଁ କଟକଣା ରହିଥିବା ବେଳେ ଆସନ୍ତା କାଲି ୧୧ ତାରିଖ ଦିନ ୧୦ଟାରୁ ୧୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଏଠାରେ ଓଡ଼ିଶାର ସଂସ୍କୃତି ଉପରେ ପ୍ରଦର୍ଶିତ ଗ୍ୟାଲେରୀ ନିର୍ମାଣ କରାଯାଇଥିବାରୁ ଛାତ୍ରଛାତ୍ରୀମାନଙ୍କ ଜ୍ଞାନ ଆହରଣ ପାଇଁ ଏହା ଉପଯୋଗୀ ହୋଇପାରିବ। ତେଣୁ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତଙ୍କୁ ମାଗଣାରେ ପ୍ରବେଶ ସୁବିଧା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।