ମୃତ ସହଦେବଙ୍କ ପରିବାରକୁ ସହାୟତାର ହାତ ବଢାଇଲା ବିଏମସି

ପରିବାରକୁ କ୍ଷତିପୂରଣ ସହ ସ୍ତ୍ରୀଙ୍କୁ ଚାକିରି ଘୋଷଣା

ଭୁବନେଶ୍ୱର, ୧୧/୦୧: ରସୁଲଗଡ଼-ବାଣୀବିହାର ଫ୍ଲାଏ ଓଭରବ୍ରିଜରେ ଗତ ୯ ତାରିଖରେ ସଫେଇ କର୍ମଚାରୀ ସଂଘର ସଭାପତି ତଥା ପୋଲିସ ମିତ୍ର ସହଦେବ ନାୟକଙ୍କ ହତ୍ୟା ପରେ ତାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ବିଏମସି ପକ୍ଷରୁ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ସ୍ତ୍ରୀଙ୍କୁ ଚାକିରି ଯୋଗାଇ ଦେବାକୁ ଘୋଷଣା କରାଯାଇଛି।

ବିଏମ୍ସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପାକର ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି। ମୃତକଙ୍କ ପତ୍ନୀଙ୍କୁ ସୁପରଭାଇଜର ଭାବେ ଚାକିରି ଦିଆଯିବ ଏବଂ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ। ଏହା ସହ ସହଦେବଙ୍କ ପରିବାରକୁ ସାହାଯ୍ୟ ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ମେୟର ସୁଲୋଚନା ଦାସ।