ବାଲେଶ୍ବରରେ ଲାଗିଲା କର୍ଫ୍ୟୁ

ଦୁଇ ଦିନ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ

ବାଲେଶ୍ବର, ୧୧/୦୧: ବାଲେଶ୍ଵରରେ କର୍ଫ୍ୟୁ ଲଗାଇଲା ଜିଲ୍ଲା ପ୍ରଶାସନ। ଜିଲ୍ଲା ପ୍ରଶାସନ ପକ୍ଷରୁ ରେଳଲାଇନ ସମ୍ପ୍ରସାରଣ ପାଇଁ ସରକାରୀ ଜାଗାରେ ଉଚ୍ଛେଦ ପାଇଁ ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି। ଆଜି ଓ ଆସନ୍ତାକାଲି ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଜିଲ୍ଲାରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି କଟକଣା ଜାରି କରାଯାଇଛି। ବାଲେଶ୍ବର ସହର ଅର୍ନ୍ତଗତ ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାର ବିଭିନ୍ନ ସ୍ଥାନରେ ରହିଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଛି। ଏହି ଅଞ୍ଚଳର ଅରଡ଼ାବଜାର ଠାରୁ ପରିବା ମାର୍କେଟ, ହରିପୁରରୁ ଦରଜୀ ପୋଖରୀ, କସିମିଳାରୁ ଫୁଲାଡି, ନୂଆବଜାର ରେଳ ଫାଟକଠାରୁ ଗୋପାଳପୁର ଓ ପରିବା ବଜାର ପର୍ଯ୍ୟନ୍ତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୧୬୩ ଲାଗୁ କରାଯାଇଛି।