ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର

ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସ୍କୁଲରେ ମଧ୍ୟାହ୍ନ ଭୋଜନରେ କ୍ଷୀର ମିଳିବା ନେଇ ସୂଚନା ଦେଇଛନ୍ତି।

ଭିଟାମିନ ଏ, ଡି ଯୁକ୍ତ କ୍ଷୀର ପିଇବେ ପିଲା

ଭୁବନେଶ୍ୱର, ୧୪/୦୧: ଆଗାମୀ ଦିନରେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଷୀର। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପୋଷଣ ଓ‌ ପ୍ରୋଟିନ ଯୁକ୍ତ ଆହାର‌ ଯୋଗାଇବା ପାଇଁ ଏଭଳି‌ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏ ନେଇ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ୨ଶହ ମିଲିଲିଟର ଭିଟାମିନ ଏ ଓ ଡି ଯୁକ୍ତ କ୍ଷୀର ଦେବାକୁ ସରକାର ଯୋଜନା କରୁଛନ୍ତି। ଗତ କାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜର ରାଇରଙ୍ଗପୁରରେ ପାଇଲଟ ପ୍ରୋଜେକ୍ଟ ଭାବେ ‘ଗିଫ୍ଟ ମିଲ୍କ’ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅଧିନରେ ୨୯ଟି ସ୍କୁଲର ୧୧୮୪ ଜଣ ଛାତ୍ରଛାତ୍ରୀ ଏହି ଯୋଜନାରେ ଉପକୃତ ହେବେ। ତେଣୁ ଏହି ଯୋଜନା ଆଧାରରେ ଆଗକୁ ରାଜ୍ୟର ସବୁ ସ୍କୁଲରେ ପୋଷଣ ଯୁକ୍ତ କ୍ଷୀର ଯୋଗାଇବା ପାଇଁ ରାଜ୍ୟ ସରକାର ବିଚାର କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।