ନୂଆଦିଲ୍ଲୀରେ ହାଇଟେକ୍ ଗ୍ରୁପ ଓ ବିଜ୍ଞାନ ଭାରତୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ
କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ଦ୍ୱାରା ବିଭିନ୍ନ ଯୁବ ପ୍ରତିଭା ସମ୍ମାନିତ
ବିଭିନ୍ନ ରାଜ୍ୟରୁ ଯୁବ ଆଦର୍ଶ ମାନେ ପାଇଲେ ଆଇକନ୍ ଆୱାର୍ଡ଼
ନୂଆଦିଲ୍ଲୀ, ୧୪/୦୧: ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଳବର ଡେପୁଟୀ ସ୍ପିକର ହଲ୍ ଠାରେ ହାଇଟେକ୍ ଗ୍ରୁପ୍ ଏବଂ ବିଜ୍ଞାନ ଭାରତୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଜାତୀୟ ଯୁବ ଦିବସ ମହା ସମାରୋହରେ ପାଳନ କରାଯାଇଛି। ଏହି ଉତ୍ସବରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ସାଂସଦ ମନୋଜ ତିୱାରୀ ଓ ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ଯୋଗଦାନ କରି ଭାରତର ବିଭିନ୍ନ କ୍ଷେତ୍ରରୁ ସୁନାମ ଅର୍ଜନ କରିଥିବା ଯୁବ ପ୍ରତିଭାମାନଙ୍କୁ ସମ୍ମାନିତ କରିଛନ୍ତି। ଯେପରିକି ମେଘାଳୟ, କେରଳ, ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ, ପଣ୍ଡିଚେରୀ, ଓଡ଼ିଶା ଆଦି ବିଭିନ୍ନ ରାଜ୍ୟରୁ ଯୁବ ଆଦର୍ଶ ମାନଙ୍କୁ ଆଇକନ୍ ଆୱାର୍ଡ଼ ପ୍ରଦାନ କରିଛନ୍ତି। ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ଓ ମ୍ୟାନେଜିଂ ଟ୍ରଷ୍ଟି ଶୁରେଶ କୁମାର ପାଣିଗ୍ରାହୀ ସମସ୍ତ ଯୁବ ସମାଜ ସ୍ବାମୀ ବିବେକାନନ୍ଦଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇଛନ୍ତି। ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ସ୍ଵତନ୍ତ୍ର ପାରଦର୍ଶିତା ହାସଲ କରିଥିବା ହାଇଟେକ୍ ଗ୍ରୁପର ନିର୍ଦ୍ଦେଶକ ଡ଼. ରାକେଶ କୁମାର ପାଣଗ୍ରାହୀ ଓ ହାଇଟେକ୍ ମେଡିକାଲର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ଡ. ଚନ୍ଦନ ସାମନ୍ତରାୟଙ୍କୁ ସମ୍ମାନିତ କରାଯାଇଛି। ସେହିଭଳି ମାଉଣ୍ଟେନର କାମ୍ୟା କାର୍ତ୍ତିକେୟନ, ପରିବେଶବିତ୍ ଲିସ୍ ପ୍ରିୟା ପ୍ରମୁଖ ସାମିଲ ଥିଲେ। ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।