ମାଟ୍ରିକ‌ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବିଏସଇର ସ୍ୱତନ୍ତ୍ର ପଦକ୍ଷେପ

ପ୍ରଶ୍ନପତ୍ରରେ ରହିବ ସେଲ୍ଫ ଡିସପ୍ଲେ ୱାଟରମାର୍କ

ଭୁବନେଶ୍ୱର, ୧୪/୦୧: ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ)।

ଚଳିତ ବର୍ଷ ଠାରୁ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ସମସ୍ତ ପ୍ରଶ୍ନପତ୍ରରେ ରହିବ ୱାଟରମାର୍କ। ସେଲ୍ଫ ଡିସପ୍ଲେ ୱାଟରମାର୍କ ଥିବା ପ୍ରଶ୍ନପତ୍ରର କୌଣସି ପୃଷ୍ଠାର‌ ମୋବାଇଲ କ୍ୟାମେରା କିମ୍ବା ସ୍କାନର ସାହାଯ୍ୟରେ ଫଟୋ ଉଠାଇଲେ କେଉଁ ପରୀକ୍ଷାର୍ଥୀଙ୍କର, କେଉଁ ସେକ୍ଟରର ଓ କେଉଁ ହଲର ସେହି ପ୍ରଶ୍ନପତ୍ର ତାହା ଜଣା ପଡିଯିବ ବୋଲ ବିଏସଇ ସଭାପତି ଶ୍ରୀକାନ୍ତ ତରାଇ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ପରୀକ୍ଷାମୂଳକ ଭାବେ ଆସନ୍ତା ୧୭ରେ ହେବାକୁ ଥିବା ଓସଟେଟ ପରୀକ୍ଷାରେ ପ୍ରତ୍ୟେକ ପ୍ରଶ୍ନପତ୍ରରେ ଏହି ୱାଟରମାର୍କ ରହିବ।