ଭୁବନେଶ୍ୱର, ୧୭/୦୧: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ରେଡ୍ କରିଛି ଆୟକର ବିଭାଗ। ଆୟକର ଫାଙ୍କିବା ଅଭିଯୋଗରେ ସୁପରକ୍ଲାସ ଠିକାଦାର ବ୍ରଜକିଶୋରଙ୍କ ସହ ଜଡ଼ିତ ବିଭିନ୍ନ ସମ୍ପତ୍ତି ଉପରେ ଚଢ଼ାଉ ଚାଲିଛି। ଭୁବନେଶ୍ୱର ଓ ଛତିଶଗଡ଼ରୁ ୧୦ଟି ଗାଡ଼ିରେ ଆସିଥିବା ଆୟକର ବିଭାଗର ୨୦ ଜଣିଆ ଟିମ୍ ଝାରସୁଗୁଡ଼ା, ବଲାଙ୍ଗୀର ଓ ବରଗଡ଼ର ବ୍ରଜକିଶୋର ଦାସଙ୍କ ସମ୍ପତ୍ତି ଉପରେ ଚଢ଼ଉ ଚଳାଇଛନ୍ତି। ଆଜି ସକାଳ ୬ଟାରୁ ସମ୍ବଲପୁର ସ୍ଥିତ ଧନକଉଡ଼ା ଘରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ତାଙ୍କ ଘରୁ ବହୁ ଦାମୀ କାର ଜବତ କରାଯାଇଛି।