କ୍ରୀଡ଼ା ଓ ଦୁଃସାହସିକତା ପୁରସ୍କାର ୨୦୨୪ ପ୍ରଦାନ କଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
୪ କ୍ରୀଡାବିତଙ୍କୁ ଖେଳରତ୍ନ ପୁରସ୍କାର
ନୂଆଦିଲ୍ଲୀ, ୧୭/୦୧: ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କ୍ରୀଡ଼ା ଓ ଦୁଃସାହସିକତା ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି। ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର-୨୦୨୪, ଦ୍ରୋଣାଚାର୍ଯ୍ୟ ପୁରସ୍କାର-୨୦୨୪; ଅର୍ଜୁନ ପୁରସ୍କାର-୨୦୨୪; ତେନଜିଂ ନୋର୍ଗେ ଜାତୀୟ ଦୁଃସାହସିକ ପୁରସ୍କାର-୨୦୨୩; ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର-୨୦୨୪; ଏବଂ ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି-୨୦୨୪ ପ୍ରମୁଖ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି।
ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ୩୨ ଜଣ ଆଥଲେଟଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅଲିମ୍ପିକ୍ ପଦକ ବିଜେତା ମନୁ ଭାକର, ଭାରତୀୟ ପୁରୁଷ ହକି ଟିମ୍ ଅଧିନାୟକ ହରମନପ୍ରୀତ ସିଂହ, ପାରାଲିମ୍ପିଆନ୍ ପ୍ରବୀଣ କୁମାର ଏବଂ ବିଶ୍ୱ ଚେସ୍ ଚାମ୍ପିୟନ ଡି ଗୁକେଶଙ୍କୁ ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି।