ଭୁବନେଶ୍ୱର, ୧୮/୦୧: ସିଙ୍ଗାପୁର ଜନରାଜ୍ୟର ମହାମହିମ ରାଷ୍ଟ୍ରପତି ଶ୍ରୀ ଥର୍ମନ୍ ସନମୁଗରତ୍ନମ୍ ଏବଂ ତାଙ୍କ ଧର୍ମପତ୍ନୀ ଆଜି ପୁରୀ ଜିଲ୍ଲାର ଐତିହ୍ୟ ଗ୍ରାମ ରଘୁରାଜପୁର ଗସ୍ତରେ ଯାଇ ଓଡ଼ିଶା ପ୍ରସିଦ୍ଧ ପଟ୍ଟଚିତ୍ର ଏବଂ ବିଭିନ୍ନ ଲୋକକଳା ଆଦିକୁ ବୁଲି ଦେଖିଛନ୍ତି। ଲୋକନୃତ୍ୟ ଗୋଟିପୁଅ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ବିଦେଶ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏବଂ ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଠାରୁ କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବେ ସିଙ୍ଗାପୁର ରାଷ୍ଟ୍ରପତି। ଏଥି ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।