ଡାଲମିଆ ସିମେଣ୍ଟ କାରଖାନାରେ କୋଇଲା ହପର ଭୁଶୁଡିବା ଘଟଣା

୩ ମୃତଦେହ ଉଦ୍ଧାର

ସୁନ୍ଦରଗଡ, ୧୮/୦୧: ଡାଲମିଆ ସିମେଣ୍ଟ କାରଖାନାରେ କୋଇଲା ହପର ଭୁଶୁଡ଼ି ପଡ଼ିବା ଘଟଣାରେ ନିଖୋଜ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଦୀର୍ଘ ୩୬ ଘଣ୍ଟାର ଅପରେସନ ପରେ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ।

ଉଲ୍ଲେଖଯୋଗ୍ୟ, ଗତ ଗୁୁରୁବାର ଦିନ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରେ କୋଇଲା ଗଚ୍ଛିତ ରଖିବା ବେଳେ କୋଇଲା ହପର ଭୁଶୁଡ଼ି ପଡ଼ିବାରୁ କୋଇଲା ତଳେ ଚାପି ହୋଇ ରହି ଯାଇଥିଲେ ୩ ଜଣ। ଆଜି ସକାଳେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପୂର୍ବାହ୍ନରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ମିଳିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।