କୋମନା/ନୂଆପଡା: ୨୫/୦୧: ନୂଆପଡା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯେଠୁପାଲି ଗ୍ରାମରେ ମିଳିଛି କୋମନା ପୋଲିସକୁ ବଡ଼ ସଫଳତା। ବର୍ଷକ ଭିତରେ ତିନି ଚାରି ଥର ଧରା ପଡିବା ଓ କେତେକ ବ୍ୟକ୍ତି ଜେଲ ଗଲେ ମଧ୍ୟ ଗଞ୍ଜେଇ ବ୍ୟବସାୟ ବନ୍ଦ ହେଉନାହିଁ। କୌଣସି ସୂତ୍ର ଓ ଅଚାନକ ଗ୍ରାମ ପରିଭ୍ରମଣ କଲାପରେ ଯେଠୁପାଲି ହରେକୃଷ୍ଣ ପଡା ଅଙ୍ଗନବାଡି ସେଣ୍ଟର ନିକଟସ୍ଥ ଏକ ଜମିରୁ ପ୍ରାୟ ଏକ କ୍ୱିଣ୍ଟାଲ ଗଞ୍ଜେଇ କୋମନା ପୋଲିସ ସ୍ୱହସ୍ତରେ ଉଦ୍ଧାର କରିଛନ୍ତି। ଏହି ଟିମରେ କୋମନା ଥାନା ଅଧିକାରୀ ସୁମନ୍ତ କୁମାର ନାଏକ ସହ ତାଙ୍କର ସହକର୍ମୀ ଉପସ୍ଥିତ ଥିଲେ। ସମୁଦାୟ ୫ଟି ବସ୍ତାରେ ଧରା ପଡ଼ିଥିବା ଗଂଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ଉଦ୍ଧାର କରାଯାଇଥିବା ଗଞ୍ଜେଇ ଗୁଡିକ କିଏ ରଖିଥିଲା ତାର କୌଣସି ତଥ୍ୟ ପୋଲିସ ପାଖରେ ହସ୍ତଗତ ହୋଇନାହିଁ। ଆଗକୁ ଏ ବିଷୟରେ କି ପଦକ୍ଷେପ ନିଆଯିବ ଓ କିପରି ଭାବେ ନିଶା ଓ ଗଞ୍ଜେଇ ବ୍ୟବସାୟ ବନ୍ଦ ହେବ ସେ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।