ନିଯୁକ୍ତି ମେଳା: ୯ଟି ବିଭାଗରେ ଯୋଗଦେଲେ ୬,୩୯୦ ଜଣ
ଗତ ପ୍ରାୟ ୮ ମାସ ମଧ୍ୟରେ ୨୬ ହଜାରରୁ ଅଧିକ ସରକାରୀ ନିଯୁକ୍ତି
ଦୁର୍ନୀତି ବିରୋଧୀ ଅଭିଯାନ ଜାରି ରହିବ: ମୁଖ୍ୟମନ୍ତ୍ରୀ
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେଯେ ଆଜିର ନବ ନିଯୁକ୍ତ ମାନଙ୍କ କାନ୍ଧରେ ଉତ୍କୃଷ୍ଟ କଳାର କ୍ଷେତ୍ର ଆମ ରାଜ୍ୟ ଓଡ଼ିଶା ଭବିଷ୍ୟତର ଉତ୍କର୍ଷ ଓଡ଼ିଶାରେ ଅଭିମୁଖେ ଯିବ ଏବଂ ମୋର ବିଶ୍ୱାସଯେ ନିଜର ସଚ୍ଚୋଟତା ବଳରେ ନିଜର କର୍ମମୟ ଜୀବନକୁ ରୁଦ୍ଧିମନ୍ତ କରିବେ ।
ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ,ଡକ୍ଟର ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୃହ ଓ ନଗର ଉନ୍ନୟନ ତଥା ସାଧରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଓ ରାଜ୍ୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ପ୍ରମୁଖ ଯୋଗ ଦେଇଥିଲେ ।
ଇତ୍ୟବସରରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ, ଶ୍ରୀମତୀ ଅଶ୍ୱତୀ.ଏସ୍ ଧନ୍ୟବାଦ ଅର୍ପଣ କରିଥିଲେ ।