କଂଗ୍ରେସରେ ଯୋଗ ଦେଲେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ

୨୦୨୧ରେ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ।

ପଶ୍ଚିମବଙ୍ଗ କଂଗ୍ରେସକୁ ବଳ ଦେବ ଅଭିଜିତଙ୍କ ଯୋଗ ଦାନ

କୋଲକାତା, ୧୨/୦୨: କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ। ତୃଣମୂଳ କଂଗ୍ରେସରେ ଅଳ୍ପ ଦିନ ରହିବା ପରେ ପୁଣି କଂଗ୍ରେସକୁ ଫେରିଛନ୍ତି। ପଶ୍ଚିମବଙ୍ଗ ଏଆଇସିସି ପ୍ରଭାରୀ ଗୁଲାମ ଅହମ୍ମଦ ମୀର ଏବଂ ଅନ୍ୟ ରାଜ୍ୟ ନେତାଙ୍କ ଉପସ୍ଥିତିରେ ଅଭିଜିତ ବୁଧବାର କୋଲକାତାରେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଛନ୍ତି।

୨୦୨୧ରେ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ଏବେ ପୁନଃ କଂଗ୍ରେସକୁ ଫେରି ନିଜ ଘରକୁ ଫେରିଥିବା କହିଛନ୍ତି ଅଭିଜିତ।

ସୂଚନାଯୋଗ୍ୟ, ଅଭିଜିତ୍ ୨୦୧୨ରେ ଜଙ୍ଗିପୁର ଲୋକସଭା ଆସନ ଉପନିର୍ବାଚନରେ ତାଙ୍କ ନିକଟତମ ସିପିଆଇ(ଏମ୍) ପ୍ରତିଦ୍ୱନ୍ଦ୍ୱୀ ମୁଜାଫର ହୁସେନଙ୍କୁ କଡ଼ା ଟକ୍କର ପରେ ପରାସ୍ତ କରି ୨୫୩୬ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ୨୦୧୪ରେ ଜଙ୍ଗିପୁରରୁ ପୁଣି ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ସେ ଟିଏମସି ପ୍ରାର୍ଥୀ ଖଲିଲୁର ରହମାନଙ୍କଠାରୁ ହାରିଯାଇଥିଲେ।