ତିନି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ମନୋରଞ୍ଜନ

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଅଧିନରେ ରାସ୍ତାର ଶୁଭାରମ୍ଭ

ପାତ୍ରପୁର, ୧୨/୦୨: ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ ତିନି ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଚିକିଟୀ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ। ଶ୍ରୀ ସାମନ୍ତରାୟ ପ୍ରଥମେ ପାହାଡ଼ ଶିଖର ଗାଁ ଆଙ୍କୁଲିରେ ପହଂଚିବା ପରେ ସ୍ଥାନୀୟ ଆଦିବାସୀଙ୍କ ସହ ଦଳୀୟ କର୍ମୀ ବିଧାୟକଙ୍କୁ ବାଦ୍ୟବାଜଣା ସହ ଭବ୍ୟ ସ୍ୱାଗତ କରିଥିଲେ। ପ୍ରଥମେ ବିଧାୟକ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଅନ୍ତର୍ଭୁକ୍ତ ଆଙ୍କୁଲିଠାରୁ ଧୁବାଲିଙ୍ଗି(୫୬୦.୪୧ ଲକ୍ଷ  ଟଙ୍କା ମୁଲ୍ୟର) ପର୍ଯ୍ୟନ୍ତ ହେବାକୁ ଥିବା ରାସ୍ତାର ଶୁଭ ଦେଇଥିଲେ। ସେହିପରି ତାଡ଼କାସାହିଠାରୁ ମାଡୁଆଗୁମା ପର୍ଯ୍ୟନ୍ତ (୭୩୮.୧୫ ଲକ୍ଷ ଟଙ୍କାର)ହେବାକୁ ଥିବା ରାସ୍ତାର ଏବଂ ଅନ୍ୟ ଏକ ରାସ୍ତା ତାଡ଼କାସାହିଠାରୁ କରଡ଼ାବାଡ଼ି (୧୨୮. ୪୦ ଲକ୍ଷ ଟଙ୍କାର) ଯାଏଁ ହେବାକୁ ଥିବା ରାସ୍ତାର ଶୁଭ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାତ୍ରପୁର ବ୍ଲକ ଅଧକ୍ଷା ୱାଇ ସଂଯୁକ୍ତା, ନାରୀନେତ୍ରୀ ତଥା ମନୁସେନା ସମ୍ପାଦିକା ମୀନା ଦ୍ୟାନ ସାମନ୍ତରାୟ, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସମ୍ବିତ କୁମାର ଜେନା, କନିଷ୍ଠ ଯନ୍ତ୍ରୀ, ଜ୍ୟୋତି ରଞ୍ଜନ ସାମଲ, ପୀତବାସ ନାୟକ, ଠିକାଦାର  ବଳରାମ ପ୍ରଧାନ, ବୃନ୍ଦାବନ ସାହୁ, ଶ୍ରୀକାନ୍ତ ସାହୁ, ସତ୍ୟବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକ ନିଜ ଗସ୍ତ ସମୟରେ  ଆଦିବାସୀଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ ଏବଂ ଆଗାମୀ ଦିନରେ ପ୍ରତ୍ୟେକ ଗାଁକୁ ରାସ୍ତା ସଂଯୋଗୀକରଣ କରାଯିବ ବୋଲି କହିଥିଲେ। ତାଙ୍କ ଗସ୍ତ ବେଳେ ଆଙ୍କୁଲି ସରପଞ୍ଚ ନମିତା ନାଇକ, ସନ୍ତୋଷ ପାତ୍ର, ବାଲାଜି ପାଢ଼ୀ, ଇଶୁରୁ ବାଳକୃଷ୍ଣ ରେଡ୍ଡୀ, ଲଳିତା ପ୍ରଧାନ, ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ଥିଲେ।