ଭୁବନେଶ୍ୱର, ୧୪/୦୨: ଜଣେ ପୂର୍ବତନ ଛାତ୍ରଙ୍କୁ ଯୁକ୍ତ ଦୁଇ ସାର୍ଟିଫିକେଟ ଦେବା ପାଇଁ ଲାଞ୍ଚ ନେଇ ଫସିଛନ୍ତି ଦେବଗଡ଼ କଲେଜର କନିଷ୍ଠ କିରାଣୀ ମଞ୍ଜୁଳା ପ୍ରଧାନ। ଉକ୍ତ ଛାତ୍ରଙ୍କର ଓରିଜିନାଲ ସାର୍ଟିଫିକେଟ ନଷ୍ଟ ହୋଇ ଯାଇଥିବାରୁ ସେ ଏକ ନୂଆ ଓରିଜିନାଲ ସାର୍ଟିଫିକେଟ ପାଇଁ ଆବେଦନ କରିଥିଲେ। ହେଲେ, ନୂଆ ସାର୍ଟିଫିକେଟ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ମଞ୍ଜୁଳା ପ୍ରଧାନ। ହେଲେ, ଛାତ୍ର ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ମଞ୍ଜୁଳା ପ୍ରଧାନ ଲାଞ୍ଚ ନେବା ସମୟରେ ହିଁ ମାଡ଼ି ବସିଥିଲା ଭିଜିଲାନ୍ସ। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ ଆରମ୍ଭ କରାଯାଇଛି। ତାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି।
Next Post