ପୁଣି ବଢ଼ିଲା ରାସନ କାର୍ଡ଼ ଇ-କେୱାଇସି ଅପଡେଟ ଅବଧି

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା

ଭୁବନେଶ୍ୱର, ୧୫/୦୨: ରାଜ୍ୟରେ ଏବେ ବି କିଛି ରାସନ୍ କାର୍ଡ ହିତାଧିକାରୀ ଇ-କେୱାଇସି ଅପଡେଟ କରିନାହାନ୍ତି। ଯେଉଁଥିପାଇଁ ପୁଣି ରାସନ କାର୍ଡ଼ ଇ-କେୱାଇସି ଅପଡେଟ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆହୁରି ୪୫ ଦିନ ଯାଏଁ ଅବଧି ବୃଦ୍ଧି କରାଯାଇଛି। ପଞ୍ଚମ ଥର ପାଇଁ ଇ-କେୱାଇସି ଅପଡେଟ ଅବଧି ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ମାର୍ଚ୍ଚ ୩୧ ଯାଏଁ ହିତାଧିକାରୀ ମାନେ ଇ-କେୱାଇସି ଅପଡେଟ କରି ପାରିବେ। ଏ ନେଇ ଘୋଷଣା କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ସୂଚନାଯୋଗ୍ୟ, ପୂର୍ବରୁ ଫେବ୍ରୁଆରୀ ୧୫ ଯାଏଁ ଇ-କେୱାଇସି ଅପଡେଟ ପାଇଁ ତାରିଖ ଘୋଷଣା କରାଯାଇଥିବା ବେଳେ ଏହି ତାରିଖ ପରେ ଆଉ ସମ୍ପ୍ରସାରଣ କରାଯିବ ନାହିଁ ବୋଲି ସରକାର ଚେତାବନୀ ଦେଇଥିଲେ। ହେଲେ, ଲୋକଙ୍କ ସୁବିଧା ଦୃଷ୍ଟିରୁ ପୁନଃ ତାରିଖ ଘୁଞ୍ଚା ଯାଇଛି।