ଦର୍ଶନ ଆଇନାରେ ଇତିହାସର ପୃଷ୍ଠା

ନଜର ପକାନ୍ତୁ ଆଜି ଓ ଅତୀତର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ

ଆଜିର ତାରିଖ ୧୫ ଫେବ୍ରୁଆରୀ ୨୦୨୫:

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିବସ:-

୧. ରାଧାକୃଷ୍ଣ ଚୌଧୁରୀ (୧୫ ଫେବୃଆରୀ ୧୯୨୧ – ୧୫ ମାର୍ଚ୍ଚ ୧୯୮୫) ବିହାରର ଜଣେ ବିଶିଷ୍ଟ ଲେଖକ ଏବଂ ଇତିହାସବିତ୍ ଥିଲେ। ସେ ବିହାରର ଐତିହାସିକ ଏବଂ ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନ କରିବା ସହିତ ମୈଥିଲି ସାହିତ୍ୟରେ ତାଙ୍କର ଅବଦାନ ଉଲ୍ଲେଖନୀୟ।

୨. ନରେଶ ମେହେଟ୍ଟା (୧୫ ଫେବୃଆରୀ ୧୯୨୨ – ୨୨ ନଭେମ୍ବର ୨୦୦୦), ଜଣେ ପ୍ରସିଦ୍ଧ ହିନ୍ଦୀ କବି ଏବଂ ଜ୍ଞାନପୀଠ ପୁରସ୍କାରର ପ୍ରାପ୍ତ। ସେ ଆଧୁନିକ କବିତାକୁ ଏକ ନୂଆ ଦିଗ ଦେଇଥିଲେ। ନରେଶ ମେହେଟ୍ଟା ଇନ୍ଦୋରରୁ ପ୍ରକାଶିତ ‘ଚୌଥା ସଂସାର’ ହିନ୍ଦୀ ଦୈନିକ ସମ୍ପାଦନା ମଧ୍ୟ କରିଥିଲେ।

୩. ରାଧାବଲ୍ଲଭ ତ୍ରିପାଠୀ ଜଣେ ପ୍ରସିଦ୍ଧ ସାହିତ୍ୟିକ। ମୁଖ୍ୟତଃ ସେ ସଂସ୍କୃତ ଭାଷାର ଜଣେ ବିଶିଷ୍ଟ ସାହିତ୍ୟିକ ଭାବରେ ଜଣାଶୁଣା। ୧୯୯୪ ମସିହାରେ ତାଙ୍କର କବିତା ସଂକଳନ ‘ସାନ୍ଧନମ୍’ ପାଇଁ ତାଙ୍କୁ ‘ସାହିତ୍ୟ ଏକାଡେମୀ ପୁରସ୍କାର’ ପ୍ରଦାନ କରାଯାଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ମିର୍ଜା ଅସଦୁଲ୍ଲା ବେଗ ଖାନ (୨୭ ଡିସେମ୍ବର ୧୭୯୭ – ୧୫ ଫେବୃଆରୀ ୧୮୬୯), ସମଗ୍ର ବିଶ୍ୱରେ ‘ମିର୍ଜା ଗାଲିବ’ ନାମରେ ପରିଚିତ। ତାଙ୍କୁ ସର୍ବକାଳୀନ ସର୍ବଶ୍ରେଷ୍ଠ ଉର୍ଦ୍ଦୁ-ପାର୍ସୀ କବି ଭାବରେ ବିବେଚନା କରାଯାଏ। ଗାଲିବଙ୍କ ଦ୍ୱାରା ଲିଖିତ ଚିଠି, ଯାହା ସେହି ସମୟରେ ପ୍ରକାଶିତ ହୋଇନଥିଲା, ତାହା ମଧ୍ୟ ଉର୍ଦ୍ଦୁ ଲେଖାର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଭାବରେ ବିବେଚନା କରାଯାଏ। ଗାଲିବ ଭାରତ ଓ ପାକିସ୍ତାନରେ କବି ଭାବରେ ବିଶେଷ ପରିଚୟ ସୃଷ୍ଟି କରି ପାରିଥିଲେ। ସେ ଦାବୀର-ଉଲ-ମୁଲ୍କ ଏବଂ ନାଜମ-ଉଦ-ଦୌଲା ଉପାଧି ପାଇଥିଲେ। ଗାଲିବ ନବାବୀ ପରିବାରର ଥିଲେ ଏବଂ ମୋଗଲ ଦରବାରରେ ଉଚ୍ଚ ପଦବୀରେ ରହିଥିଲେ।

୨. ସୁଭଦ୍ରା କୁମାରୀ ଚୌହାନ (୧୬ ଅଗଷ୍ଟ ୧୯୦୪ – ୧୫ ଫେବୃଆରୀ ୧୯୪୮) ଜଣେ ଜଣାଶୁଣା ହିନ୍ଦୀ କବୟିତ୍ରୀ ଓ ଲେଖିକା ଥିଲେ। ତାଙ୍କ ଦ୍ୱାରା ଲିଖିତ ‘ଝାନ୍ସୀ କି ରାଣୀ’ କବିତା ଏକ ନୂଆ ପରିଚୟ ତାଙ୍କୁ ଦେଇଥିଲା।

 

ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-

୧୫୬୪ – ମହାନ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓ ଜନ୍ମଗ୍ରହଣ କରିଥିଲେ।

୧୬୭୭ – ଇଂରେଜ ରାଜା ଚାର୍ଲସ ଦ୍ୱିତୀୟ ଫ୍ରାନ୍ସ ବିରୁଦ୍ଧରେ ଡଚ୍ ମାନଙ୍କ ସହ ମେଣ୍ଟ କରିଥିଲେ।

୧୭୬୩ – ଅଷ୍ଟ୍ରେଲିଆ ଓ ପ୍ରୁସିଆ ମଧ୍ୟରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

୧୭୬୪ – ଆମେରିକାର ସେଣ୍ଟ ଲୁଇସ ସହର ପ୍ରତିଷ୍ଠା ହୋଇଥିଲା।

୧୮୦୬ – ଫ୍ରାଙ୍କୋ-ପ୍ରୁସିଆନ ଚୁକ୍ତି ପରେ ପ୍ରୁଷିଆ ଏହାର ବନ୍ଦରଗୁଡ଼ିକୁ ବ୍ରିଟିଶ ଜାହାଜ ପାଇଁ ବନ୍ଦ କରିଦେଇଥିଲା।

୧୯୨୬ – ଆମେରିକାରେ ଚୁକ୍ତିଭିତ୍ତିକ ଏୟାରମେଲ୍ ସର୍ଭିସ ର ଆରମ୍ଭ ହୋଇଥିଲା।

୧୯୪୨ – ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସିଙ୍ଗାପୁର ଜାପାନୀ ସେନା ଆଗରେ ଆତ୍ମସମର୍ପଣ କରିଥିଲା।

୧୯୪୪ – ବର୍ଲିନରେ ଶହ ଶହ ବ୍ରିଟିଶ ବିମାନ ବୋମାମାଡ଼ କରିଥିଲା।

୧୯୬୧ – ବେଲଜିୟମରେ ବୋଇଂ ୭୦୭ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଖାପାଖି ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା।

୧୯୭୬ – ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କେନ୍ଦ୍ରୀୟ କୃଷି ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଥିଲା।

୧୯୮୨ – ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରୁ ଜନବର୍ଦ୍ଧନପୁରକୁ ସ୍ଥାନାନ୍ତର କରାଯାଇଥିଲା।

୧୯୯୧ – ଇରାକ କୁଏତରୁ ନିଜ ସେନା ପ୍ରତ୍ୟାହାର ଘୋଷଣା କଲା।

୧୯୯୯ – ଇଜିପ୍ଟ ପରମାଣୁ ଅସ୍ତ୍ର ନିଷିଦ୍ଧ କରିବା ଉଦ୍ଦେଶ୍ୟରେ ଏକ ସର୍ଭିଲାନ୍ସ ସେଣ୍ଟର ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲା।

୨୦୦୦ – ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ନିର୍ଦ୍ଦେଶକ ବି.ଆର ଚୋପ୍ରାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା।

୨୦୦୧ – ଇସ୍ରାଏଲରେ ହିଂସା ଆରମ୍ଭ ହୋଇଥିଲା, ସେହି ଦିନ ଇସ୍ରାଏଲ ପଶ୍ଚିମରେ ଥିବା ଗାଜା ଉପତ୍ୟକାକୁ ସିଲ୍ କରିଥିଲା।

୨୦୦୨ – ଆଫଗାନିସ୍ତାନରେ ପର୍ଯ୍ୟଟନ ମନ୍ତ୍ରୀ ଅବଦୁଲ ରେହମାନଙ୍କୁ ହଜ୍ ଯାତ୍ରୀଙ୍କ ଭିଡ଼ ମଧ୍ୟରେ ପିଟିପିଟି ହତ୍ୟା କରାଯାଇଥିଲା।

୨୦୦୩ – ଟେଲିକମ୍ୟୁନିକେସନ୍ ଉପଗ୍ରହ ‘ଇଣ୍ଟେଲସାଟ୍’କୁ ‘ଏରିଆନ୍ ୪’ ରକେଟ୍ ଦ୍ୱାରା ମହାକାଶକୁ ଉତକ୍ଷେପଣ କରାଯାଇଥିଲା।

୨୦୦୮ – ଭାରତ ମହାସାଗର ଉପକୂଳ ଦେଶଗୁଡ଼ିକର ନୌସେନା ମୁଖ୍ୟଙ୍କ ପ୍ରଥମ ସମ୍ମିଳନୀ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା।

୨୦୧୦ – ଜୟପୁର ଘରାନାର କଥକ ନୃତ୍ୟଶିଳ୍ପୀ ପ୍ରେରଣା ଶ୍ରୀମାଲି ୨୦୦୯ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।

୨୦୧୨ – ସେଣ୍ଟ୍ରାଲ ଆମେରିକୀୟ ଦେଶ ହଣ୍ଡୁରାସର କୋମାୟାଗୁଆ ଜେଲରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୩୫୮ ଜଣ ପ୍ରାଣ ହରାଇଥିଲେ।