ପୋଲିସ ହେପାଜତରେ ସୌମ୍ୟଜିତ !

ଭୁବନେଶ୍ୱର: ସଫ୍ଟୱେର ଇଞ୍ଜିନିୟର ଶ୍ୱେତା କୁମାରୀ ଆତ୍ମହତ୍ୟା ଘଟଣା । ପୋଲିସ ହେପାଜତରେ ଶ୍ୱେତାଙ୍କ ପୁରୁଷବନ୍ଧୁ ସୌମ୍ୟଜିତ  । ଚନ୍ଦ୍ରଶେଖପୁର ପୋଲିସ ନିଜ ହେପାଜତରେ ରଖିଥିବା ସୂଚନା ।

ଖବର ଅନୁଯାୟୀ, ଗତ ରବିବାର ଦିନ ସଫ୍ଟୱେର ଇଞ୍ଜିନିୟର ଶ୍ୱେତା କୁମାରୀ ଆତ୍ମହତ୍ୟା କରିଥିଲେ । ଏହାପରଠାରୁ ତାଙ୍କ ପୁରୁଷବନ୍ଧୁ ନିଖୋଜ ଥିଲେ । କିନ୍ତୁ ଏସବୁ ଭିତରେ ଶ୍ୱେତା-ସୌମ୍ୟଜିତଙ୍କ ଏକ ଅଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଅନେକ କଥା ଚର୍ଚ୍ଚା ହେଉଥିଲା । ସେପଟେ ଶ୍ୱେତାଙ୍କ ପରିବାର ଲୋକଙ୍କ ଅଭିଯୋଗ କରିଥିଲେ କି, ଆମ ଝିଅର ମୃତ୍ୟୁ ପଛରେ ହିଁ ସୌମ୍ୟଜିତଙ୍କ ହାତ ରହିଛି ।

ସେ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛନ୍ତି । ତେଣୁ ତାଙ୍କୁ ଗିରଫ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଥିଲେ । ଆଉ ଏବେ ପୁରୁଷ ବନ୍ଧୁ ପୋଲିସ ନିଜ ହେପାଜତରେ ରଖିଥିବା ସୂଚନା ମିଳିଛି । ଉପଯୁକ୍ତ ସମୟରେ ଚନ୍ଦ୍ରଶେଖପୁର ଥାନା ପୋଲିସ ଗଣମାଧ୍ୟମ ସମ୍ମୁଖରେ ସମସ୍ତ ତଥ୍ୟ ରଖିବ ବୋଲି ସୂଚନା ମିଳିଛି ।