ବିଶ୍ୱ ବନ୍ୟପ୍ରାଣୀ ଦିବସ: ମୋଦିଙ୍କ ଗିର୍ ଫଟୋଗ୍ରାଫି

ସିଂହ ସଫାରି ବୁଲିଲେ, ବନ୍ତାରାରେ ସମୟ ବିତାଇଲେ

ନୂଆଦିଲ୍ଲୀ, ୦୩/୦୩: ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ଗୁଜୁରାଟର ଜୁନାଗଡ଼ ଜିଲ୍ଲାର ଗିର ବନ୍ୟପ୍ରାଣୀ ଅଭୟାରଣ୍ୟର ସିଂହ ସଫାରିରେ ବୁଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ମୁହୂର୍ତ୍ତଟିକୁ ଅଧିକ ସ୍ମରଣୀୟ କରିବା ପାଇଁ କ୍ୟାମେରା ଧରି ଫଟୋଗ୍ରାଫି କରିଛନ୍ତି। ଗିର୍ ଅଭୟାରଣ୍ୟରେ ଥିବା ବନ୍ୟଜନ୍ତୁଙ୍କ ଫଟୋ ଉଠାଇଛନ୍ତି। ସଂରକ୍ଷିତ ଅଞ୍ଚଳରେ ବୁଲୁଥିବା ବନ୍ୟପ୍ରାଣୀଙ୍କୁ ଚିତ୍ରରେ କଏଦ କରିଛନ୍ତି। ସଫାରି ପୋଷାକ ପିନ୍ଧି ପ୍ରଧାନମନ୍ତ୍ରୀ ଏହି ଦୃଶ୍ୟକୁ ଉପଭୋଗ କରୁଥିବା ଦେଖାଦେଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ଦିନଗୁଡ଼ିକୁ ମନେ ପକାଇଥିଲେ। ସେହିପରି ସରକାରଙ୍କ ପ୍ରୟାସ ଯୋଗୁଁ ଏସିଆଟିକ୍ ସିଂହଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବାର କହିଥିଲେ।

ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ରିଲାଏନ୍ସ ଜାମନଗର ରିଫାଇନରି କମ୍ପ୍ଲେକ୍ସ ପରିସରରେ ଥିବା ପଶୁ ଉଦ୍ଧାର, ସଂରକ୍ଷଣ ଏବଂ ଥଇଥାନ କେନ୍ଦ୍ର ବନ୍ତାରା ପରିଦର୍ଶନ କରିଥିଲେ।