ଆଇଏଫଏସ ସ୍ତରରେ ଅଦଳବଦଳ
କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଉମା ନନ୍ଦୁରୀଙ୍କୁ କେନ୍ଦୁପତ୍ର ଡିଭିଜନର ପିସିସିଏଫ୍ ଦାୟିତ୍ୱ
ଭୁବନେଶ୍ୱର, ୨୧/୦୩: ଆଜି ଭାରତୀୟ ବନ ସେବା ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତି ଅନୁଯାୟୀ, ୧୯୯୩ ବ୍ୟାଚ୍ ର ଆଇଏଫ୍ଏସ୍ ଅଧିକାରୀ ପ୍ରେମ କୁମାର ଝାଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ (ଓଏଫ୍ ଡିସି) ଲିମିଟେଡର ପରିଚାଳନା ନିର୍ଦେଶକ (ଏମ୍ଡି) ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ସେହିପରି ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୩ ବ୍ୟାଚ୍ ର ଆଇଏଫଏସ ଅଧିକାରୀ ଉମା ନନ୍ଦୁରୀଙ୍କୁ କେନ୍ଦୁପତ୍ର ଡିଭିଜନର ପିସିସିଏଫ୍ ଭାବେ ନିଯୁକ୍ତି ଦିଆଯାଇଛି।
୧୯୯୪ ବ୍ୟାଚର ଅଫିସର କେ ମୁରୁଗେସନଙ୍କୁ ଅତିରିକ୍ତ ପିସିସିଏଫ୍, ଏଫ୍ ଡି-ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି।
୨୦୦୧ ବ୍ୟାଚ ଅଫିସର ମନୋଜ ଭି ନାୟାରଙ୍କୁ ନନ୍ଦନକାନନ ବାୟୋଲୋଜିକାଲ ପାର୍କର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯିବା ସହ କାମ୍ପାର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ରାଜ୍ୟର ପୂର୍ବତନ ଖଣି ନିର୍ଦ୍ଦେଶକ ତଥା ୨୦୦୧ ବ୍ୟାଚ ଅଫିସର ଜି ରାଜେଶଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି।
ସେହିପରି ୨୦୦୫ ବ୍ୟାଚ ଅଫିସର ଏମ୍ ଯୋଗଜୟାନନ୍ଦଙ୍କୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଅତିରିକ୍ତ ଦାୟିତ୍ୱ ସହ ଭୁବନେଶ୍ବର ସର୍କଲର ଆରସିସିଏଫ୍ ଭାବେ ନିଯୁକ୍ତି ଦିଆଯାଇଛି।