ଗଞ୍ଜାମ, ୨୨/୦୩: ରାଜ୍ୟରେ ବର୍ଷା ଓ ଘଡଘଡି ବିଜୁଳି ଲାଗି ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ଏକ ଦୁଃଖଦ ଖବର ମିଳିଛି। ବଜ୍ରାଘାତରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅନ୍ତର୍ଗତ ନାରାୟଣପୁର ଗ୍ରାମର ରାଜେଶ ଗୌଡ଼ଙ୍କ ମୃତ୍ୟୁ ଘଟିଛି। ଚଳିତ ବର୍ଷ ସେ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେ ବମକେଇରୁ ନାରାୟଣପୁର ଫେରୁଥିବା ବେଳେ ବମକେଇ-କୁମାରଡ଼ା ରୋଡରେ ବଜ୍ରପାତ ହୋଇଥିଲା। ଏଥିରେ ଗୁରୁତର ଅବସ୍ଥାରେ ତାଙ୍କୁ ବମକେଇ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।