ନୂଆଦିଲ୍ଲୀ, ୨୨/୦୩: ମହାକାଶରେ ଅପ୍ରତ୍ୟାଶିତ ଭାବେ ୯ ମାସ ରହିବା ପରେ ପୃଥିବୀକୁ ଫେରିଛନ୍ତି ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର। ୮ ଦିନ ରହିବା ବଦଳରେ ୨୭୮ ଦିନ ଅଧିକ ରହିଥିଲେ। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)କୁ ଉଡ଼ାଣ ଭରିଥିବା ବୋଇଂ ମହାକାଶଯାନରେ ବୈଷୟିକ ତ୍ରୁଟି ଯୋଗୁଁ ଉଭୟ ମହାକାଶଚାରୀ ସୁନୀତା ଓ ବୁଚ୍ ଆଇଏସଏସରେ ଫସି ରହିଥିଲେ।
ସୁନୀତା ଓ ବୁଚଙ୍କ ଓଭରଟାଇମ ଦରମା ନିଜ ପକେଟରୁ ଦେବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି। ହ୍ୱାଇଟ ହାଉସରେ ସାମ୍ବାଦିକ ମହାକାଶଚାରୀଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୌଣସି ଅତିରିକ୍ତ ଦରମା ଦେବେ କି ବୋଲି ପଚାରିଥିଲେ।ଏହାର ଉତ୍ତରରେ ରାଷ୍ଟ୍ରପତି କହିଥିଲେ, “କେହି ମୋତେ ଏ ବିଷୟରେ କିଛି କହିନାହାଁନ୍ତି। ଯଦି ମୋତେ ଏଭଳି କିଛି ଦେବାକୁ ପଡିବ, ତେବେ ମୁଁ ନିଜ ପକେଟରୁ ଦେବି।
ତେବେ ନିୟମ ଅନୁଯାୟୀ, ସୁନୀତା ଏବଂ ବୁଚ୍ ମହାକାଶରେ ବିତାଇଥିବା ଅତିରିକ୍ତ ସମୟ ପାଇଁ କୌଣସି ଦରମା ପାଇବେ ନାହିଁ। ନାସାର ମହାକାଶଚାରୀମାନେ ହେଉଛନ୍ତି ଆମେରିକାର ଫେଡେରାଲ କର୍ମଚାରୀ ଏବଂ ସେମାନେ ଯେତେ ଦିନ ମହାକାଶରେ ରହିଲେ ମଧ୍ୟ ସେମାନଙ୍କୁ ଏକ ନିର୍ଦ୍ଧାରିତ ଦରମା ମିଳିଥାଏ।
ତେବେ ନାସା ସେମାନଙ୍କ ପରିବହନ, ଖାଦ୍ୟ ଏବଂ ରହିବାର ଦାୟିତ୍ୱ ନେଇଥାଏ। ଏଥିପାଇଁ ସେମାନେ ଦୈନିକ ଦରମା ଆକାରରେ ମାତ୍ର ୫ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୪୩୦ ଟଙ୍କା)। ଅର୍ଥାତ୍ ସୁନୀତା ଓ ବୁଚଙ୍କୁ ୧,୪୩୦ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୧,୨୨,୯୮୦.୫୦ ଟଙ୍କା) ଅତିରିକ୍ତ ଦରମା ମିଳିବ।