ବଡ଼ମାଳରେ ଧରାପଡିଲେ ଦୁଇ ବରାହ ଶିକାରୀ

ଗିରଫ କଲା ବନ ବିଭାଗ

ସଇଁତଲା, ୨୨/୦୩: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ରେଞ୍ଜ ଅଧିନସ୍ଥ ବଡ଼ମାଳ ଗୋଳାବାରୁଦ କାରଖାନାରେ ବରାହ ଶିକାର କରିବାକୁ ଯାଇ ଦୁଇ ଶିକାରୀ ଧରାପଡ଼ିଥିବା ସୂଚନା ମିଳିଛି। ସୁଚନାଯୋଗ୍ୟ ଯେ ଗତ କାଲି ବିଳମ୍ବିତ ରାତ୍ରୀରେ ସଇଁତଳା ଥାନା ଖାସବାହାଲ ଗାଁର ସନତ ସାହୁ ଓ ପ୍ରମୋଦ ସାହୁ କାରଖାନା ପରିସରକୁ ବରାହ ଶିକାର କରିବା ପାଇଁ ଯାଇଥିଲେ। ବାରାହ ଶିକାର କରୁଥିବା ନେଇ ସେଠାରେ ଥିବା ଦୁଇ ଘରୋଇ ସୁରକ୍ଷା କର୍ମୀ ଦେଖି କାରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ କାରଖାନା କର୍ତ୍ତୃପକ୍ଷ ଟିଟିଲାଗଡ ରେଞ୍ଜରଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବା ପରେ ଟିଟିଲାଗଡ ରେଞ୍ଜର ସଚିଦାନନ୍ଦ ସୁବୁଦ୍ଧି ପହଞ୍ଚି ମୃତ୍ୟୁ ବରାହକୁ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି। ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ବେଳେ ବନ୍ୟ ଜନ୍ତୁଙ୍କ ସୁରକ୍ଷାକୁ ନେଇ ବୁଦ୍ଧିଜୀବୀ ଚିନ୍ତାରେ ଅଛନ୍ତି।