ଭିଜିଲାନ୍ସ ଜାଲରେ ଜଟଣୀ ପୌରପରିଷଦ ନିର୍ବାହୀ ଅଧିକାରୀ
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
ଏକକାଳୀନ ୧୦ ସ୍ଥାନରେ ଚଢ଼ାଉ
ଭୁବନେଶ୍ୱର, ୨୫/୦୩: ଭିଜିଲାନ୍ସ ଜାଲରେ ଜଟଣୀ ପୌରପରିଷଦ ନିର୍ବାହୀ ଅଧିକାରୀ। ଜଟଣୀ ପୌରପରିଷଦ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ସୂର୍ଯ୍ୟନାରାୟଣଙ୍କ ବାସଭବନ ଓ ସମ୍ପର୍କୀୟଙ୍କ ଘର ସମେତ ଭୁବନେଶ୍ୱର, ଜଟଣୀ, ବ୍ରହ୍ମପୁର ଓ ଗଞ୍ଜାମର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି।
ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୯ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର, ୧୩ ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଏଏସ୍ଆଇ) ଓ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ଉ ଚାଲିଛି।
ଭୁବନେଶ୍ୱର ସ୍ଥିତ ଜାଗମରାରେ ଥିବା ଷ୍ଟଲୱାଟ ପ୍ରଭାତୀ ମାନସନ, ଖାରବେଳ ନଗର ୟୁନିଟ ୩ ସ୍ଥିତ ଶ୍ରୀରାମ ମାନସନ, ଜାଗମରାରେ ଥିବା ସମ୍ପର୍କୀୟଙ୍କ ଘର, ବ୍ରହ୍ମପୁରରେ ତାଙ୍କ ସମ୍ପର୍କୀୟଙ୍କ ବାସଭବନ ସମେତ ୩ଟି ସ୍ଥାନ, ଗଞ୍ଜାମର ସରୋଡାଠାରେ ଥିବା ପୈତୃକ ସମ୍ପତ୍ତି, ଗଙ୍ଗପୁରରେ ଥିବା ସମ୍ପର୍କୀୟଙ୍କ ଘର, ଜଟଣୀରେ ଥିବା ସରକାରୀ ବାସଭବନ ଓ ଜଟଣୀ ପୌରପାଳିକାରେ ଥିବା କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି।