କାର୍ଯ୍ୟରେ ଅବହେଳାକୁ ବରଦାସ୍ତ କରାଯିବନି

ବିଦା ହେବେ ଅପାରଗ ଓ ଦୁର୍ନୀତିଖୋର ସରକାରୀ ବାବୁ

ଭୁବନେଶ୍ୱର, ୨୫/୦୩: କାର୍ଯ୍ୟରେ ଅବହେଳାକୁ ଆଉ ବରଦାସ୍ତ କରାଯିବ ନାହିଁ। ପଦବୀରୁ ବିଦା ହେବେ ଅପାରଗ ସରକାରୀ ବାବୁ। ଅବସର ପୂର୍ବରୁ କାର୍ଯ୍ୟରୁ ବହିଷ୍କାର କରାଯିବ ବୋଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଥିବା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ‌ ବିଜ୍ଞପ୍ତି ଜାରି କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସଚ୍ଚୋଟତା ଓ ଦକ୍ଷତାର ଅଭାବ ଥିବା ଅଧିକାରୀମାନେ ଏବଂ କର୍ମଚାରୀମାନେ ସରକାରୀ ଚାକିରିରେ ରହିଛନ୍ତି ତାହା ଜନସ୍ୱାର୍ଥ ପାଇଁ ଅତ୍ୟନ୍ତ କ୍ଷତିକାରକ। ତେଣୁ ଏହି ଅଧିକାରୀଙ୍କୁ ସରକାରୀ ସେବାରୁ ହଟାଇ ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ବିଜ୍ଞପ୍ତିରେ କୁହାଯାଇଛି‌। ଏହା ବ୍ୟତୀତ ନିଜର ନିଜ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ କାର୍ଯ୍ୟକୁ ନେଇ ନିୟମିତ ସମୀକ୍ଷା ବୈଠକ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗର ସଚିବ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।