ଆଜିର ତାରିଖ ୨୭ ମାର୍ଚ୍ଚ ୨୦୨୫
ବିଶ୍ୱ ନାଟ୍ୟ ଦିବସ: ବିଶ୍ୱ ନାଟ୍ୟ ଦିବସ ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନ ଦ୍ୱାରା ପ୍ରତିବର୍ଷ ମାର୍ଚ୍ଚ ମାସ ୨୭ ତାରିଖରେ ପାଳନ କରାଯାଏ। ୧୯୬୧ ମସିହାରୁ ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନ ଦ୍ୱାରା ଏହା ପାଳିତ ହୋଇ ଆସୁଛି। ନାଟକ କଳାକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱବ୍ୟାପୀ ଏହାର ସାଂସ୍କୃତିକ ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଏ।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ଲକ୍ଷ୍ମୀ ଏନ୍ ମେନନ୍ (୨୭ ମାର୍ଚ୍ଚ ୧୮୯୯ – ୩୦ ନଭେମ୍ବର ୧୯୯୪) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ ଥିଲେ। ସେ ୧୯୬୨ରୁ ୧୯୬୬ ପର୍ଯ୍ୟନ୍ତ ରାଷ୍ଟ୍ରମନ୍ତ୍ରୀ ଥିଲେ।
୨. ଲୀଲା ଦୁବେ (୨୭ ମାର୍ଚ୍ଚ ୧୯୨୩ – ୨୦ ମଇ ୨୦୧୨), ଜଣେ ପ୍ରସିଦ୍ଧ ମାନବବିଜ୍ଞାନୀ ଥିଲେ । ୨୦୦୯ରେ ତାଙ୍କୁ ୟୁଜିସିର ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହାବ୍ୟତୀତ ୨୦୦୭ ମସିହାରେ ତାଙ୍କୁ ଇଣ୍ଡିଆନ୍ ସୋସିଓଲୋଜିକାଲ ସୋସାଇଟିର ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମିଳିଥିଲା।
୩. ସାଇମନ ବ୍ରିଟୋ ରୋଡ୍ରିଗେଜ୍ (୨୭ ମାର୍ଚ୍ଚ ୧୯୫୪ – ୩୧ ଡିସେମ୍ବର ୨୦୧୮) ଜଣେ ଭାରତୀୟ ରାଜନୀତିଜ୍ଞ ଓ ଲେଖକ। ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ ସେ କେରଳ ବିଧାନସଭାରେ ଆଙ୍ଗ୍ଲୋ-ଇଣ୍ଡିଆନ୍ ସଦସ୍ୟ ଥିଲେ।
୪. ଅଖିଳ କୁମାର ଜଣେ ଭାରତୀୟ ବକ୍ସର। ସେ ଅନେକ ଅନ୍ତର୍ଜାତୀୟ ଏବଂ ଜାତୀୟ ବକ୍ସିଂ ପୁରସ୍କାର ହାସଲ କରିଛନ୍ତି। ଅନ୍ତର୍ଜାତୀୟ ବକ୍ସିଂରେ ତାଙ୍କର ସଫଳତା ପାଇଁ ୨୦୦୫ରେ ଭାରତ ସରକାର ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ସୟଦ ଅହମ୍ମଦ ଖାନ (୧୭ ଅକ୍ଟୋବର ୧୮୧୭ – ୨୭ ମାର୍ଚ୍ଚ ୧୮୯୮) ଜଣେ ଇସଲାମିକ ପ୍ରାଗମାଟିଷ୍ଟ ଥିଲେ। ପ୍ରାରମ୍ଭରେ ସେ ହିନ୍ଦୁ-ମୁସଲମାନ ଏକତାକୁ ସମର୍ଥନ କରୁଥିବା ବେଳେ ପାକିସ୍ତାନ ଆନ୍ଦୋଳନ ସମୟରେ ଟୁ-ନେସନ ଥିଓରୀ ସୃଷ୍ଟି କରିଥିଲେ।
୨. କନୱର ଦିଗବିଜୟ ସିଂହ (୨ ଫେବୃଆରୀ ୧୯୨୨ – ୨୭ ମାର୍ଚ୍ଚ ୧୯୭୮), କେଡି ସିଂହ ନାମରେ ଜଣାଶୁଣା। ସେ ଜଣେ ଭାରତୀୟ ହକି ଖେଳାଳି ଥିଲେ। ଅବସର ପରେ ସେ ୧୯୭୨ ମ୍ୟୁନିକ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ।
୩. ଶେନଫଙ୍ଗା ସାଇଲୋ (୧ ଜାନୁଆରୀ ୧୯୨୨ – ୨୭ ମାର୍ଚ୍ଚ ୨୦୧୫) ଭାରତୀୟ ସେନାର ଜଣେ ବ୍ରିଗେଡିୟର ଏବଂ ମିଜୋରାମର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଥିଲେ। ସେ ଦୁଇ ଥର ମିଜୋରାମର ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୭୨୧ – ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ମାଡ୍ରିଡ୍ ର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
୧୭୯୪ – ଡେନମାର୍କ ଓ ସ୍ୱିଡେନ୍ ଏକ ନିରପେକ୍ଷତା କମ୍ପ୍ୟାକ୍ଟ ଗଠନ କରିଥିଲେ।
୧୮୪୧ – ଏନୱାଇସିରେ ଆମେରିକାର ପ୍ରଥମ ବାଷ୍ପ ଅଗ୍ନିଶମ ଇଞ୍ଜିନର ପରୀକ୍ଷଣ କରାଯାଇଥିଲା।
୧୯୪୪ – ଲିଥୁଆନିଆର କାଉନାସରେ ୨୦୦୦ରୁ ଅଧିକ ଇହୁଦୀଙ୍କୁ ହତ୍ୟା କରାଯାଇଥିଲା।
୧୯୫୩ – ଓହିଓରେ ଏକ ଟ୍ରେନ୍ ଦୁର୍ଘଟଣାରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା।
୧୯୭୭ – ଟେନେରିଫ୍ ବିମାନବନ୍ଦର ଦୁର୍ଘଟଣା ଘଟିଥିଲା। ଦୁଇଟି ବୋଇଂ ୭୪୭ ବିମାନ ମୁହାଁମୁହିଁ ଧକ୍କା ହୋଇଥିଲା, ଯାହା ବିମାନ ଚଳାଚଳ ଇତିହାସରେ ସବୁଠାରୁ ଭୟଙ୍କର ଦୁର୍ଘଟଣା ଘଟିଥିଲା ଏଥିରେ ୫୮୩ ଲୋକ ପ୍ରାଣ ହରାଇଥିଲେ।