କଂଗ୍ରେସର ହଲ୍ଲାବୋଲ: ହଜାର ହଜାର କର୍ମୀଙ୍କ ପଦଯାତ୍ରା ଆରମ୍ଭ

ନାରୀ ନିର୍ଯାତନା ଓ ବିଧାୟକ ନିଲମ୍ବନ ପ୍ରତିବାଦରେ ବିଧାନସଭା ଘେରାଉ କରିବ କଂଗ୍ରେସ।

ବିଧାନସଭା ଅଭିମୁଖେ ଅଗ୍ରସର ନେତା ଓ କର୍ମୀ

ଭୁବନେଶ୍ୱର, ୨୭/୦୩: ରାଜ୍ୟରେ ମହିଳା ବିରୋଧୀ ହିଂସା ବଢୁଥିବା ବେଳେ ଏହାକୁ ମୁଦ୍ଦା କରି ଆଜି ରାଜଧାନୀ ରାଜରାସ୍ତାରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ। ସେହିପରି ବିଧାନସଭା ଗୃହରୁ କଂଗ୍ରେସର ୧୪ ବିଧାୟକଙ୍କୁ ନିଲମ୍ବନକୁ ପ୍ରତିବାଦ କରିଛି।

ଏହି ବିଶାଳ ଶୋଭାଯାତ୍ରାରେ କଂଗ୍ରେସର ସବୁ ନେତା କର୍ମୀ ସାମିଲ ହୋଇଛନ୍ତି। ହଜାର ହଜାର କଂଗ୍ରେସ ନେତା ଓ କର୍ମୀ ବିଧାନସଭା ଅଭିମୁଖେ ଅଗ୍ରସର ହେଉଛନ୍ତି। ବିଭିନ୍ନ ଜିଲ୍ଲାରୁ ଜିଲ୍ଲା ସଭାପତିଙ୍କ କଂଗ୍ରେସ କର୍ମୀ ଆସି ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ରାମମନ୍ଦିର ପାଖରୁ ବାହାରିଥିବା ଶୋଭାଯାତ୍ରାରେ‌‌ ଯାଇ ଲୋୟର ପିଏମଜି ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ଜାମ୍ ହୋଇଯାଇଛି।

ସେପଟେ ଘେରାଉ ସମୟରେ ସୁରକ୍ଷା ଦୃଷ୍ଟିରୁ କମିଶନରେଟ୍ ପୁଲିସ ପକ୍ଷରୁ ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ବିଧାନସଭା ଓ ଏହାର ଆଖପାଖ ଅଞ୍ଚଳରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ପୁଲିସ ହାଇ ଆଲର୍ଟରେ ରହିଛି। ସେହିପରି ଗତ କାଲିଠୁ ରୂପାଲି ଛକଠାରୁ ରାଜମହଲ ଛକ ପର୍ଯ୍ୟନ୍ତ ଟ୍ରାଫିକ ଆଡଭାଇଜରି ଜାରି କରିଛି କମିଶନରେଟ ପୋଲିସ।