ଭୁବନେଶ୍ୱର, ୨୬/୦୩: କଂଗ୍ରେସ ପକ୍ଷରୁ ମାର୍ଚ୍ଚ ୨୭ ବିଧାନସଭା ଘେରାଉ କରିବା ସହ ବିଶାଳ ବିକ୍ଷୋଭ କରିବାକୁ ଘୋଷଣା କରାଯିବା ପରେ କମିସନରେଟ୍ ପୁଲିସ ଟ୍ରାଫିକ୍ ଆଡଭାଇଜରି ଜାରି କରିଛି।
ବିଶେଷ କରି ରାଜ ମହଲ ଛକରୁ ରୂପାଲି ଛକ ପର୍ଯ୍ୟନ୍ତ ରାସ୍ତାରେ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୁବନେଶ୍ବରରେ ପ୍ରବଳ ଟ୍ରାଫିକ୍ ଜାମ୍ ହେବ ବୋଲି ପୁଲିସ ପକ୍ଷରୁ ସତର୍କ କରାଯାଇଛି। ତେଣୁ କମିଶନରେଟ୍ ପୁଲିସ ଜନସାଧାରଣଙ୍କୁ ଏହି ରାସ୍ତାରେ ନଯାଇ ଅନ୍ୟ କୌଣସି ମାର୍ଗ ଦେଇ ଯିବା ପାଇଁ ଅନୁରୋଧ କରିଛି।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୫ ତାରିଖରେ ୧୨ ଜଣ ବିଧାୟକଙ୍କୁ ବିଶୃଙ୍ଖଳିତ ଆଚରଣ ଓ ବାଚସ୍ପତିଙ୍କୁ ଅସମ୍ମାନ କରିବା ଅଭିଯୋଗରେ ବିଧାନସଭାରୁ ନିଲମ୍ବିତ କରାଯିବା ପରେ କଂଗ୍ରେସ ଦଳ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ଯୋଜନା କରିଛି।