ନୂଆଦିଲ୍ଲୀ, ୦୫/୧୨: ସଂକଟ ସୃଷ୍ଟି କରିଛି ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସେବା। ଦେଶର ବିଭିନ୍ନ ଏୟାରପୋର୍ଟରୁ ସବୁ ଇଣ୍ଡିଗୋ ବିମାନ ବାତିଲ୍। ଆଜି ମଧ୍ୟରାତ୍ରି ଯାଏଁ ଦିଲ୍ଲୀରୁ ସମସ୍ତ ଘରୋଇ ବିମାନ ଉଡ଼ାଣ ବାତିଲ କରିଛି ଇଣ୍ଡିଗୋ। ଯାହା ଫଳରେ ଏୟାରପୋର୍ଟରେ ବହୁ ହଇରାଣ ହେଉଛନ୍ତି ଯାତ୍ରୀ।
ଯେଉଁଥିପାଇଁ ଗ୍ରାହକଙ୍କୁ କ୍ଷମାପ୍ରାର୍ଥନା କରିଛି ଇଣ୍ଡିଗୋ। “ଏଭଳି ତ୍ରୁଟିର ପୁନରାବୃତ୍ତି ଯେପରି ନ ହେବ ଧ୍ୟାନ ଦେବୁ। ଆଶା କରୁଛୁ ଖୁବଶୀଘ୍ର ସ୍ବାଭାବିକ ସ୍ଥିତି ଫେରି ଆସିବ। ବାତିଲ୍ ଟିକେଟର ପୂର୍ଣ୍ଣ ଅର୍ଥ ଗ୍ରାହକଙ୍କୁ ଫେରସ୍ତ କରିବୁ।” ଇଣ୍ଡିଗୋ କହିଛି।
ଇଣ୍ଡିଗୋରେ ସଙ୍କଟ ନେଇ ତଦନ୍ କମିଟି ଗଠନ କରିଛି DGCA। ସ୍ଥିତି ସମୀକ୍ଷା ସହ ତଦନ୍ତ କରିବ ୪ ଜଣିଆ କମିଟି। ୧୫ ଦିନ ମଧ୍ୟରେ DGCAକୁ ରିପୋର୍ଟ ଦାଖଲ କରିବ କମିଟି। ସୁପାରିସ୍ ସହ ଆଗାମୀ ପଦକ୍ଷେପ ବାବଦରେ ଅବଗତ କରାଇବ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଶୁକ୍ରବାର କହିଛନ୍ତି ଯେ ନୂତନ ଉଡ଼ାଣ ଶୁଳ୍କ ମାନଦଣ୍ଡକୁ ସ୍ଥଗିତ ରଖିବା ସମେତ ବିଭିନ୍ନ ପରିଚାଳନାଗତ ପଦକ୍ଷେପ, ଇଣ୍ଡିଗୋ ବିମାନ ସଙ୍କଟକୁ ସମାଧାନ କରିବାରେ ସାହାଯ୍ୟ କରିବ ଏବଂ ଆଗାମୀ ତିନି ଦିନ ମଧ୍ୟରେ ସେବାଗୁଡ଼ିକର ସମ୍ପୂର୍ଣ୍ଣ ପୁନରୁଦ୍ଧାର ଆଶା କରାଯାଉଛି।