ଭୁବନେଶ୍ୱର, ୦୫/୦୪: ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତା ଏପ୍ରିଲ ୭ ତାରିଖରୁ ୯ ତାରିଖ ଯାଏଁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଏପ୍ରିଲ ୮ତାରିଖରେ ଦିଲ୍ଲୀ ନିବେଶକ ସମ୍ମିଳନୀରେ ଯୋଗଦେବେ। ଏଥିରେ ବହୁ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବିଜନେସ ଲିଡର୍ସ ମାନେ ଯୋଗ ଦେବେ। ସେହିପରି ଏହି ବୈଠକରେ ପାରାଦ୍ଵୀପରେ ନାଫଟା ବାଣ ପ୍ରୋଜେକ୍ଟ ପାଇଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଯୋଜନା ରହିଛି।